Friday, March 29, 2024

Top 5 This Week

Related Posts

୩ ମାସ ହେବ ୧୧ ବର୍ଷର ପୁଅ ସହ ମହିଳା ନିଖୋଜ, ଥାନାର ଦ୍ୱାରସ୍ଥ ସ୍ୱାମୀ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
କଟକ,(୨୭/୦୭) : ୧୧ ବର୍ଷର ପୁଅକୁ ଧରି କଟକ ଚାକିରୀ କରିବାକୁ ଆସିଥିବା ମହିଳା ନିଖୋଜ। ଜୟପୁର ଟାଉନଥାନା ଅର୍ନ୍ତଗତ ଡଙ୍ଗାଗୁଡାର ପ୍ରଦ୍ୟୁମ୍ନ ନନ୍ଦଙ୍କ ପତ୍ନୀ ଶର୍ମିଷ୍ଠା ବିଷୋଇ(୩୫) ଓ ୧୧ ବର୍ଷର ପୁଅ ରୁଦ୍ରାଂଶ ଏପ୍ରିଲ ୨୩ ତାରିଖରୁ କଟକରୁ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ପରିବାର ତରଫରୁ କଟକ ମାଲଗୋଦାମ ଥାନାରେ ଅଭିଯୋଗ କରାଯାଇଛି।

ପୁଅ ସହ ମହିଳା ନିଖୋଜ: ସୂଚନା ଅନୁଯାଇ ୨୨ ତାରିଖ ଦିନ ସ୍ୱାମୀ ପ୍ରଦ୍ୟୁମ୍ନ ଶର୍ମିଷ୍ଠାଙ୍କୁ ଲିଙ୍ଗରାଜନଗରରେ ଥିବା ଶ୍ବଶୁର ସୁଦର୍ଶନ ବିଷୋଇଙ୍କ ଘରେ ଛାଡ଼ିକି ଆସିଥିଲେ । କିନ୍ତୁ, ୨୩ ତାରିଖ ଦିନ ଶର୍ମିଷ୍ଠା ବାପ ଘରୁ ପରବେଢ଼ା ରେ ରହିଥିବା ସାଙ୍ଗ ଘରକୁ ଯାଇଥିଲେ ଏବଂ ସେଠାରୁ ସେ ବସ ଯୋଗେ କଟକ ପଳାଇ ଆସିଥିଲେ । କଟକ ଯିବା ବିଷୟରେ ସ୍ୱାମୀ ପ୍ରଦ୍ୟୁମ୍ନ ଶ୍ୱଶୁର ସୁଦର୍ଶନଙ୍କ ଠାରୁ ଜାଣିବାକୁ ପାଇଥିଲେ ।

ତେବେ ୨୪ ତାରିଖ ଦିନ ଶର୍ମିଷ୍ଠା ବାପା ଓ ସ୍ୱାମୀଙ୍କୁ ଫୋନ କରି ସେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥିବା ବେଳେ ସେଠାରେ ସଂଘରୋଧରେ ଥିବା କଥା ଜଣାଇଥିଲେ । ତେବେ, ସେହି ଦିନଠାରୁ ଶର୍ମିଷ୍ଠା ବ୍ୟବହାର କରୁଥିବା ଫୋନ ନମ୍ବର ସ୍ୱିଚଅଫ ଅସୁଥିବାରୁ ପରିବାରର ସନ୍ଦେହ ହୋଇଥିଲା ।

ପୁଅ ସହ ମହିଳା ନିଖୋଜ: ପ୍ରଦ୍ୟୁମ୍ନ ଓ ତାଙ୍କ ଶଳା ସାଗର ଭୁବନେଶ୍ବର, କଟକ, ଓ ବାଲେଶ୍ବର ସବୁଆଡ଼େ ଶର୍ମିଷ୍ଠାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କ ସନ୍ଧାନ ପାଇନଥିଲେ । ୫ତାରିଖରେ ଏ ନେଇ ଟାଉନଥାନାରେ ଏତଲା ଦିଆଯାଇଥିଲା । ଶ୍ଶର୍ମିଷ୍ଠାଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ କରିବାରୁ ଏହା ମାଲଗୋଦାମ ଥାନା ଅଂଚଳରେ ସୁଇଚ୍ ଅଫ୍ ହୋଇଥିବା ଜଣାପଡ଼ିଥିଲା ।

ତେବେ ଏହାପରେ ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ପରିବାର ଲୋକେ ଗଣମାଧ୍ୟମରେ ଶର୍ମିଷ୍ଠାଙ୍କୁ ଫେରିଆସିବାକୁ ଅନୁରୋଧ କରିଥିବା ବେଳେ ଏହି ଘଟଣାକୁ ଗୁରୁତର ସହ ନେବାକୁ ବୁଦ୍ଧିଜୀବୀମାନେ ପ୍ରଶାସନ ଆଗରେ ଦାବି କରିଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles