ବିନିକା ଥାନା ର ନୂତନ ଗୃହ ଆଇଜିଙ୍କ ଦ୍ଵାରା ଉଦ୍ଘାଟିତ

0
151
ବିନିକା ଥାନା

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, (୨୮/୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସରରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ନୂତନ ଥାନା ଗୃହ ଆଜି ଉଦଘାଟନ ହୋଇଯାଇଛି । ସମ୍ବଲପୁର ଆଇଜି ଡ.ଦୀପକ କୁମାରଙ୍କ ଦ୍ଵାରା ଭରଚୁଆଲ ମାଧ୍ୟମରେ ଏହି ଗୃହର ଶୁଭ ଉଦଘାଟନ ହୋଇଥିଲା ।8f0fdb52 34c5 4698 8b17 34e26e17d7ca ବିନିକା ଥାନା ର ନୂତନ ଗୃହ ଆଇଜିଙ୍କ ଦ୍ଵାରା ଉଦ୍ଘାଟିତ

ଏହି ଅବସରରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ସିତରାମ ଶତପଥୀ ଯୋଗଦେଇ ବିନିକା ଥାନା ର ନୂତନ ଗୃହ ର ଫିତା କାଟିଥିଲେ । ବର୍ତମାନ ଏହି ନୂତନ କାର୍ଯ୍ୟାଳୟରେ କାମ କୁ କରିବା ନେଇ ଷ୍ଟାଫ ମହଲରେ ଉତ୍ସାହ ପରିଲକ୍ଷିତ ହେଉଛି । ଅନୁଷ୍ଟିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗି, ଥାନା ଅଧିକାରୀ ପବିତ୍ର ସାହୁ, ଏସ ଆଇ କୃଷ୍ଣଚନ୍ଦ୍ର ମେହେର , ରବୀନ୍ଦ୍ର ସାହୁ, ଏ ଏସ ଆଇ ସବ୍ୟସାଚୀ ପଧାନ ପ୍ରମୁଖଙ୍କ ସମେତ ସମସ୍ତ ପୁଲିସ ଷ୍ଟାପ ଉପସ୍ଥିତ ଥିଲେ ।