ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତରୀ ପ୍ରତିଯୋଗୀତାରେ ରାଜ୍ୟସ୍ତରୀୟକୁ ମନୋନୀତ

0
197
ଜାତୀୟ ବିଜ୍ଞାନ ଦିବସ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧/୩) : ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତରୀ ପ୍ରତିଯୋଗୀତା ସୋନପୁର ବାଳିକା ବିଦ୍ୟାଳୟ ରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ସ୍ତରରୁ ତିନି ଜଣ ପ୍ରତିଯୋଗୀ ଚୟନ ହୋଇ ସେମାନେ ଅଂଶ ଗ୍ରହଣ କରିଥିଲେ ।

ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଅନୁଷ୍ଠିତ ଏହି ପ୍ରତିଯୋଗୀତା ଜିଲ୍ଲା ଶିକ୍ଷା ନିରୀ କ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣ ଙ୍କ ର ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତା କୁ ଅନିତାରାଣୀ ହୋତା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥୁ ଭାବରେ ରାଧାକାନ୍ତ ଗଡ଼ତିଆ, ସହକାରୀ ଜିଲ୍ଲା ଶିକ୍ଷା ନିରୀକ୍ଷକ, ସୁବର୍ଣ୍ଣପୁର ମଞ୍ଚାସୀନ ଥିଲେ । ମୁଖ୍ୟ ବକ୍ତା ଭାବରେ ଉମାକାନ୍ତ ନାଗ, ଅଧ୍ୟାପକ, ପ୍ରାଣୀ ବିଜ୍ଞାନ, ସୋନପୁର (ମହାବିଦ୍ୟାଳୟ )ଉପସ୍ଥିତି ପ୍ରତିଯୋଗୀତାକୁ ରୋଚକ କରିଥିଲା ।

ଶଶୀ ଭୂଷଣ ସେଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିନକା, ଶ୍ରୀଯୁକ୍ତ ଶାନ୍ତନୁ କୁମ୍ଭାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୀରମହା ରାଜପୁର ଶାନ୍ତନୁ କୁମାର ଆଚାର୍ଯ୍ୟ, ସୁବର୍ଣ୍ଣପୁର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥୁ ଭାବରେ ଯୋଗଦାନ କରିଥିଲେ । କନିଷ୍ଠ ତଥା ବରିଷ୍ଠ ବର୍ଗରେ ସର୍ବମୋଟ ୩୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀତାର ବିଚାରକ ଭାବରେ ସୁଧୀର ହୋତା, ପ୍ରଜ୍ଞା ପାରମିତା ଦାସ, ପ୍ରଗତି ପୁରୋହିତ, ଅନିତାରାଣୀ ହୋତା ଏବଂ ଗୌରୀଶଙ୍କର ପୂଜାହାରୀ ଅଂଶ ଗ୍ରହଣ କରିଥିଲେ । ପର୍ଶୁରମ ମେହେର ଙ୍କ ତତ୍ୱାବଧାନରେ ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା ।

ଉଭୟ ବର୍ଗ ରୁ ପ୍ରଥମ ସ୍ଥାନ ହାସଲ କରିଥିବା ଦୁଇ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତର କୁ ମନୋନୀତ ହୋଇଛନ୍ତି । କନିଷ୍ଠ ବର୍ଗ ରେ ଅର୍ଣ୍ଣବ ସାହୁ, ଶ୍ରେଣୀ – ସପ୍ତମ, ଜବାହାର ନବୋଦୟ ବିଦ୍ୟାଳୟ, ତରଭା ଓ ଅଭିଳାଷ ପୂଜାହାରୀ, ଶ୍ରେଣୀ ଦଶମ, ଉଫୁଲା ଉକ୍ତ ବିଦ୍ୟାଳୟ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି । ଅର୍ଣବ ସାହୁ ଙ୍କୁ ତାଙ୍କର ଏହି କୃତିତ୍ବ ପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ଜୟରାମ ନାଏକ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାଧୁବାଦ ଜଣାଇଛନ୍ତି ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ସଫଳତା ପାଇବା ପାଇଁ କାମନା କରିଛନ୍ତି ।