ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ବୁଦ୍ଧଙ୍କ ଚିତ୍ର ପଟ୍ଟ ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

0
315
ନିର୍ବାଚନ ପର୍ଯ୍ୟବେକ୍ଷକ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୨/୦୩) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି l ସେଥିପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ବୁଦ୍ଧଙ୍କ ଚିତ୍ର ପଟ୍ଟ ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଯଥା କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା lf7437021 72c0 4808 a05a e1a596858b90 ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ବୁଦ୍ଧଙ୍କ ଚିତ୍ର ପଟ୍ଟ ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

ଗତ ୧୬ ତାରିଖରେ କଣ୍ଟାମାଳ, ୧୮ ତାରିଖରେ ବୌଦ୍ଧ ଓ ୨୦ ତାରିଖରେ ହରଭଙ୍ଗା ବ୍ଲକରେ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି l ସେହିପରି ୨୬ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ମଧ୍ୟ ସୁରୁଖୁରୁରେ ସମାପ୍ତ ହୋଇଛି l କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ l ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଠାରୁ ବୌଦ୍ଧ ଜିଲ୍ଲାକୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ତୁଷାର କାନ୍ତ ମହାନ୍ତି ଆସିଥିଲେ l ଆଜି ନିର୍ବାଚନ ପ୍ରକ୍ରିୟା ଶେଷ ପରେ ସେ ଫେରୁଥିବା ବେଳେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାର ସ୍ମୃତି ସ୍ୱରୂପ ବୁଦ୍ଧଙ୍କ ଏକ ଚିତ୍ର ପଟ୍ଟପ୍ରଦାନ କରିଥିଲେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ l

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଡି ସି ପି ଓ ରାହୁଲ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ର ସଭ୍ୟ ତଥା ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l