ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ : ୧୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ଜଣଙ୍କ ମୃତ୍ୟୁ 

0
272

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୩/୦୭) : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୩,୬୭୫ ରେ ପହଞ୍ଚିଛି ।

ତେବେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ୧୯୩୦ ସଂକ୍ରମିତଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୯୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୧୫,୪୦୦ ରେ ପହଁଞ୍ଚିଛି । ସରକାର ଟେଂଷ୍ଟି ହାରକୁ ଗୁରୁୁତ୍ୱ ଦେଉଥିବା ବେଳେ ଏବେ ସୁଦ୍ଧା ୧,୪୭,୦୩,୬୫୧ ଜଣଙ୍କ କରୋନା ପରୀକ୍ଷା କରାଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୦,ବାଲେଶ୍ୱରରୁ ୧୩୪, ବରଗଡରୁ ୧୨,ଭଦ୍ରକରୁ ୯୮,ବଲାଙ୍ଗୀରରୁ ୧,ବୌଦ୍ଧରୁ ୩,କଟକରୁ ୨୨୦,ଦେଓଗଡରୁ ୮,ଢେଙ୍କାନାଳରୁ ୬୨,ଗଜପତିରୁ ୪,ଗଞ୍ଜାମରୁ ୧୭, ଜଗତ୍ସିଂହପୁରରୁ ୭୫, ଯାଜପୁରରୁ ୧୨୫, ଜାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୨୭, କେନ୍ଦ୍ରାପଡାରୁ ୧୨,କେଉଁଝରରୁ୪୮,ଖୋର୍ଦ୍ଧାରୁ ୪୩୧, କୋରାପୁଟରୁ ୧, ମାଲକାନଗିରିରୁ ୨୮,ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫,ନୁଆଁପଡାରୁ ୨, ପୁରୀରୁ ୨୭,ରାୟଗଡାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫,  ସୁନ୍ଦରଗଡରୁ ୯୪ ଏବଂ ରାଜ୍ୟ ପୁଲ୍ ରୁ ୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ରାଜ୍ୟରେ ୬୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୪୭୩୦ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୧ ଜଣ, ବରଗଡରୁ ୬ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୨ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୭ ଜଣ, ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୧୭ ଜଣ, ମୟୁରଭଞ୍ଜରୁ ୬ ଜଣ, ନୟାଗଡ଼ରୁ ୨ ଜଣ, ନୁଆଁପଡାରୁ ୧ ଜଣ, ପୁରୀରୁ ୪ ଜଣ ଓ ସୁନ୍ଦରଗଡରୁ ୫ ଜଣ ଅଛନ୍ତି ।