ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ର ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ

0
106
ଉତ୍ତର ପ୍ରଦେଶ ବିଧାନସଭା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉତ୍ତରପ୍ରଦେଶ, (୦୩/୦୩) : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ୧୦ ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ର ଷଷ୍ଠ ପର୍ଯ୍ୟାୟ ମତଦାନରେ ୧୦ ଜିଲ୍ଲାର ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ୫୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢୁଥିବା ଗୋରଖପୁର ସହରାଞ୍ଚଳ ଆସନରେ ମଧ୍ୟ ମତଦାନ ଚାଲିଛି । ସେହିପରି କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ, ସମାଜବାଦୀ ପାର୍ଟି ର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭାଗ୍ୟ ଭୋଟ ଦେଇ ନିର୍ଦ୍ଧାରଣ କରିବେ ଜନତା । ଶାନ୍ତି ଶୃଙ୍ଖଳା ର ସହ ମତଦାନ ପାଇଁ କଡା ସୁରକ୍ଷା ର ବନ୍ଦୋବସ୍ତ କରାଯାଇଛି ।

ଆଜି ଉତ୍ତର ପ୍ରଦେଶର ଗୋରଖପୁର, ଆମ୍ବେଦକରନଗର, ବଳରାମପୁର, ବସ୍ତି, ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ବଲିଆ, ସେଂଟ କବିର ନଗର, ସିଦ୍ଧାର୍ଥ ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଛି ।