Thursday, March 28, 2024

Top 5 This Week

Related Posts

ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ରିପୋର୍ଟ: ଏ.ସତୀଶ //
ନବରଙ୍ଗପୁର (୨୮/୦୭): ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ୫ଟି ସଚିବ ଭି କେ ପଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ସଚିବ ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶକ ଏନ ଏଚ ଏମ ଶ୍ରୀମତୀ ସାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ।0b27d313 a22c 47ac 8b48 f823c7d3d551 ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ନବରଙ୍ଗପୁର ଗସ୍ତରେ ୫ଟି ସଚିବ: ରାଜ୍ୟ ସରକାରଙ୍କ ପାଞ୍ଚ ଜଣ ପ୍ରମୁଖ ସଚିବ ଆଜି ଭୁବନେଶ୍ୱର ରୁ ସତନ୍ତ୍ର ବିମାନ ଯୋଗେ ଜୟପୁର ପହଂଚିବା ପରେ ନବରଙ୍ଗପୁର ଅଭିମୁଖେ ଆସି ପ୍ରଥମେ ନନ୍ଦାହାଣ୍ଡି ବ୍ଲକ ବଡଡାଇଭଟ୍ଟା ଠାରେ ଥିବା ମେଗା ଉଠା ଜଳ ସେଚନ ପ୍ରକଳ୍ପ ଓ ବଂଗଲାଗୁଡ଼ା ସ୍ଥିତ ନିର୍ମାଣଧିନ ଜଳ ସେଚନ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ମୁଖ୍ୟତଃ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଭିତ୍ତି ଭୂମିର ସମୀକ୍ଷା କରିବା ସହ ମେଡିକାଲ ପରିସର ମଧ୍ୟରେ ନିର୍ମାଣାଧୀନ ୨ଶହ ଶଯ୍ୟା ବିଶିଷ୍ଠ ମେଡିକାଲ ଗୃହ ଓ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟ ବୁଲି ଦେଖିବା ସହ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପ୍ରକଳ୍ପ ଗୁଡିକ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ନବରଙ୍ଗପୁର ସହର ସ୍ଥିତ ଆର ସି ଡ଼ି ହାଇ ସ୍କୁଲକୁ ଆଧୁନିକ ପ୍ରଣାଳୀରେ ଉନ୍ନତିକରଣ କରାଯାଉଥିବା କାର୍ଯ୍ୟର ତଦାରଖ କରିଛନ୍ତି ।

ଟୁରି ଗୁଙ୍ଗଟାଟ ନଦୀ ଉପରେ ପ୍ରସ୍ତାବିତ ବୃହତ ଜଳ ସେଚନ ପ୍ରକଳ୍ପ ଆରମ୍ଭ କରିବାକୁ କିଛି ଆଲୋଚନା ପରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ସଚିବଙ୍କ ନବରଙ୍ଗପୁର ରେ ଦେଢ଼ ଘଣ୍ଟାର କାର୍ଯ୍ୟକ୍ରମ ସାରି ସମସ୍ତ ସଚିବ ମାନେ କୋରାପୁଟ ଜିଲ୍ଲା ଫେରିଯାଇଥିଲେ।

ନବରଙ୍ଗପୁର ରେ ସଚିବଙ୍କ ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ତଦାରଖ ବେଳେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର , ଜିଲ୍ଲା ଆରକ୍ଷୀ ଅଧକ୍ଷକ ଏସ .ପୁରୁଷୋତ୍ତମ ଦାସ , ପି ଡି ଡିଆରଡିଏ ରତ୍ନାକର ସାହୁ , ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ଉପ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ , ସି ଡ଼ି ଏମ ଓ ଶୋଭାରାଣୀ ମିଶ୍ର , ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles