ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ : ଶିଶୁଙ୍କର ବିଭିନ୍ନ ସମସ୍ୟା ଆଲୋଚନା

0
205

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୨୮/୭) : ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରତି ତିନିମାସ ଶେଷରେ ୨୭ତାରିଖ ଦିନ “ଦିନଟିଏ ଶିଶୁ ମାନଙ୍କ ପାଇଁ ” ପାଳନ କରିବାକୁ ସ୍ଥିର କରାଯାଇଛି |4f3d87b9 8caf 4bba a48a d651bec6239d ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ : ଶିଶୁଙ୍କର ବିଭିନ୍ନ ସମସ୍ୟା ଆଲୋଚନା

ଏଣୁ ବାଲିଗୁଡା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସକାଶେ ଶିଶୁ ସୁରକ୍ଷା କମିଟି ଟାକ୍ସ ଫୋର୍ସ ବୈଠକ ବାଲିଗୁଡା ଠାରେ ଆୟୋଜନ କରାଯାଇ ଶିଶୁଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ଆଲୋଚନା କରିବା ସହିତ ସେମାନଙ୍କୁ ସୁରକ୍ଷା ନିଶ୍ଚୟ କରିବା ସମ୍ପର୍କରେ ଆଲୋଚନା କରାଗଲା | ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମଲ୍ଲିକ, ସ୍ଥାନୀୟ ଆଇ.ଆଇ.ସି ବାବା ଶଙ୍କର ସରଫ,ଚାଇଲଡ ଲାଇନ ନିର୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା,ଜିପିଇଓ, ମଙ୍ଗଳ ଅଧିକାରୀ,ଆଇ. ସି. ଡି. ଏସ ସୁପର ଭାଇଜର ପ୍ରମୁଖ ଯୋଗ ଦେଇଥିଲେ | ବାଲିଗୁଡା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଟାକ୍ସ ଫୋର୍ସର ଆବାହିକା ତଥା ଶିଶୁ ବିକାଶ ଯୋଜନା ଅଧିକାରୀ ଅନିତା ଦାସ ବୈଠକକୁ ପରିଚାଳନା କରିଥିଲେ |