Friday, March 29, 2024

Top 5 This Week

Related Posts

ସାମ୍ବାଦିକଙ୍କୁ ଚାପୁଡା ମାରି ଥିବା ମହିଳା କନେଷ୍ଟବଳ ଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୨୮/୭) : ଆଜି ମଧ୍ୟାହ୍ନରେ ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଜିଲ୍ଲା ଶାଖାର ସାମ୍ବାଦିକ ମାନେ ସାମ୍ବାଦିକଙ୍କୁ ଚାପୁଡା ମାରି ଥିବା ମହିଳା କନେଷ୍ଟବଳ ଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜୟପୁର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଦାବୀପତ୍ରରେ ଗତ ୨୧ ତାରିଖରେ କେନ୍ଦ୍ରାପଡ଼ାର କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଭୀମସେନ ସେଠୀଙ୍କୁ ଜଣେ ମହିଳା କନେଷ୍ଟବଳ ଚାପୁଡା ମାରିବା ଘଟଣାର ତୀବ୍ର ନିନ୍ଦା କରାଯାଇଛି । ତେଣୁ ସାମ୍ବାଦିକଙ୍କୁ ଚାପୁଡା ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ରରେ ଅନୁରୋଧ କରାଯାଇଛି ।

ଦାବୀପତ୍ର ପ୍ରଦାନ ସମୟରେ ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଜିଲ୍ଲା ଶାଖାର ସଭାପତି ତଥା ରାଜ୍ୟ ଉପ ସଭାପତି ଶ୍ରୀ କେ.ଶ୍ରୀନିବାସ ରାଓ, ସାଧାରଣ ସମ୍ପାଦକ ଶ୍ରୀ ରବିଶଙ୍କର ମହାପାତ୍ର,ଉପ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ,ସରୋଜ କୁମାର ଲେଙ୍କା,ଜୟସିଂ ପଡାସେଠୀ,ରୁପକ ଖରା, ସୁଶାନ୍ତ କୁମାର ବାଙ୍କ,ଅଚ୍ୟୁତ ଗୁଣ୍ଠା ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ଖରାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

Popular Articles