Thursday, March 28, 2024

Top 5 This Week

Related Posts

ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବାଇକ ଆରୋହୀଙ୍କ ମୃତ୍ୟୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୭/୦୩) : ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ସୋନପୁର- ବି.ଏମ. ପୁର ରାସ୍ତା ର ଭଜବଲପୁର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବାଇକ ଆରୋହୀ ଧକ୍କା ହୋଇ ମୃତ୍ୟୁ ହୋଇଥିବା ଜଣା ପଡିଛି ।WhatsApp Image 2022 03 08 at 9.26.32 AM 1 ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବାଇକ ଆରୋହୀଙ୍କ ମୃତ୍ୟୁ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆଜି ରାତି ୧୦ ଟା ସମୟ ରେ ବି.ଏମ. ପୁର ଅଭିମୁଖେ ଯାଉଥିବା (OD 31A J6242 ) ନମ୍ବର ର ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା । ଫଳରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିବା ବେଳେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ଲୋକ ବିଫଳ ହୋଇଥିଲେ ।

ଏହି ସମୟ ରେ ଉକ୍ତ ରାସ୍ତା ରେ ଯାଉଥିବା (ଓଡିଶା ସାମ୍ବାଦିକ ସଙ୍ଘ) ବୌଦ୍ଧ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ଭାଗବତ ମେହେର ନିଜ କାର ରେ ଗୁରୁତର ବ୍ୟକ୍ତି ଙ୍କୁ ତୁରନ୍ତ ସୋନପୁର ମେଡ଼ିକାଲ ପହଞ୍ଚାଇଥିଲେ । କିନ୍ତୁ ଡାକ୍ତର ସେଠାରେ ବ୍ୟକ୍ତି ଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଯୁବକଙ୍କ କୌଣସି ପରିଚୟ ମିଳି ପାରି ନଥିବା ବେଳେ ତାଙ୍କ ପାଖରୁ ଏକ ମୋବାଇଲ ମିଳିଥିବା ଜଣା ପଡ଼ିଛି ।

Popular Articles