Friday, March 29, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲା ରେ ଚୋରା ଚାଲାଣ ହେଉଥିବା ୨୪୫ କେ. ଜି ଗଞ୍ଜେଇ ଜବତ : ଜଣେ ଗିରଫ

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା,ଗୁଡ଼ାରୀ,(୩୦/୦୭) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ କୁଟ୍ରାଧର ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗୁଡ଼ାରୀ ଓ ପଦ୍ମପୁର ପୁଲିସ୍ ଙ୍କ ମିଳିତ ଉଦ୍ୟମରେ ଚଢାଉକରି ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଗାଡି WB ୪୧F ୭୧୨୫ ଧରିବାରେ ସଫଳ ହୋଇଥିବା ଜଣାପଡିଛି  lWhatsApp Image 2021 07 30 at 7.49.15 AM ରାୟଗଡ଼ା ଜିଲ୍ଲା ରେ ଚୋରା ଚାଲାଣ ହେଉଥିବା ୨୪୫ କେ. ଜି ଗଞ୍ଜେଇ ଜବତ : ଜଣେ ଗିରଫ

ସୁଚନା ଅନୁଯାୟୀ ବିହାର ଗ୍ରାମର ଡ୍ରାଇଭର ଅମରେଶ କୁମାର ସିଂ ଗତକାଲି ସକାଳ ୮ ସମୟରେ ଗଞ୍ଜେଇ ଗାଡିକୁ ନେଇ ରାଇପୁର ଅଭିମୁଖେ ଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା ପୁଲିସ ହାବୁଡରେ ପଡିଥିଲା l ଉକ୍ତ ଗାଡିକୁ ଗୁଡାରୀ ଆଣିଥିଲେ l

ଆଡିସନାଲ ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଆଇ.ଆଇ.ସି. ଶ୍ରୀ ସୁଶାନ୍ତ କୁମାର ତାଉଡିଆ,ଶ୍ରୀ ପରୁଷତମ ଜାନୀ ଙ୍କ ଉପସ୍ଥିତିରେ ୨୪୫ କେ. ଜି ଗଞ୍ଜେଇ ଓଜନ କରାଯଇଥିଲା l ଉକ୍ତ ଡ୍ରାଇଭର କୁ କୋର୍ଟ ଚାଲାଣ କରାଯିବ ବୋଲି ଗୁଡାରୀ ଆଇ.ଆଇ.ସି. ପ୍ରକାଶ କରିଥିଲେ l

Popular Articles