Friday, March 29, 2024

Top 5 This Week

Related Posts

ବୋରିଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଭୋଟ ନାକଚ : ଦୁର୍ବଳ ଗଣତନ୍ତ୍ର ର ନଗ୍ନ ନମୁନା

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, କୋରାପୁଟ, (୧୩/୩) : ବୋରିଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇ ଯାଇଛି । କାମରା ପଞ୍ଚାୟତ ର ନିର୍ଦ୍ୱନ୍ଦରେ ନିର୍ବାଚିତ ସମିତି ସଭ୍ୟା ଦିପ୍ତିମୟୀ ନାୟକ ୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ଜଣା ପଡିଛି ।

ବୋରିଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ରେ ଦିପ୍ତିମୟୀ ୧୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ଵନ୍ଦୀ ମନୋହର ଭୁମିଆଙ୍କୁ ୧୨ ଖଣ୍ଡ ଭୋଟ ମିଳିଥିଲା ଓ ଗୋଟିଏ ଭୋଟ ନାକଚ ହୋଇଯାଇ ଥିବା ବିଷୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମିତି ସଭ୍ୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ କିଛି ଶିକ୍ଷାଗତ ଯୋଗ୍ୟତା ରଖିଛନ୍ତି । କିନ୍ତୁ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀଙ୍କ ଦ୍ୱାରା ଆବଶ୍ୟକ ପ୍ରତିବାଦ ନ କରିବା ତଥା ନିର୍ବାଚନ ଅଧିକାରୀଙ୍କ ଆବଶ୍ୟକତା ଠାରୁ ଅଧିକ ଉଦାରତା ପ୍ରଦର୍ଶନ କରାଯାଉଥିବା କାରଣରୁ ଅନେକ କ୍ଷେତ୍ରରେ ଅଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହେଉଥିବା ଅନୁମାନ କରାଯାଉଛି ।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ମଧ୍ୟ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଭୋଟ ନାକଚ ହୋଇଯିବା ବିଷୟ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଅପରିପକ୍ଵତା କୁ ପ୍ରଦର୍ଶିତ କରୁଛି । ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ପୂର୍ବପରି ବଳବତ୍ତର ଥିବାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ଯୋଗ୍ୟ ବ୍ୟକ୍ତି ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଅକ୍ଷମ ହେଉଛନ୍ତି । ତେବେ ଗୁରୁତ୍ୱପୂର୍ଣ ନଥିପତ୍ର ଏପରି ଲୋକ ପ୍ରତିନିଧିମାନେ କିପରି ପରିଚାଳନା କରିବେ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସଫଳ ରୁପାୟନ ପାଇଁ ଲୋକ ପ୍ରତିନିଧି ମାନେ ଅଟକଳ ବିବରଣୀ ଠାରୁ ଆରମ୍ଭ କରି କାର୍ଯ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ବିଷୟ ଲେଖି ପଢି ଜାଣିବା ନିହାତି ଆବଶ୍ୟକ । ତେବେ ସରପଞ୍ଚ ଓ ସମିତି ସଭ୍ୟ ଭଳି ଲୋକ ପ୍ରତିନିଧି ମାନେ ନିଜ ଘର ସାମନାର ରାସ୍ତା କାମ ଯଦି ଅବିକଳ ଭାବେ ଅଟକଳ ପ୍ରକାରେ ନିର୍ମାଣ କରିବାରେ ସମର୍ଥ ହୁଅନ୍ତି, ତା’ ହେଲେ ସଂରକ୍ଷଣ ର ସଫଳ ଉପଯୋଗ ହେବା ସହ ଗଣତନ୍ତ୍ର ର ଏକ ବିରାଟ ବିଜୟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Popular Articles