ଅଗଷ୍ଟ ୨ ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ; ଫଳ ବାହାରି ନଥିଲେ ବି କରିପାରିବେ ଆବେଦନ

0
152

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୦/୦୭) : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ ତାରିଖ ଠାରୁ ଅନଲାଇନ୍ ଆବେଦନ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଅନଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୪ । ଅନ୍‌ଲାଇନ୍‌ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବ ।

ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବସାଇଟ୍କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନଲାଇନ୍ ଆବେଦନ କରିପାରିବେ । ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ବାହାରି ନଥିବ, ସେମାନେ ବି ଆବେଦନ କରିପାରିବେ ।

ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୩ ତାରିଖ ମଧ୍ୟରେ ଶେଷ ହେବ । କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ । ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ ।