Thursday, March 28, 2024

Top 5 This Week

Related Posts

ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା

ରିପୋର୍ଟ : ଆରୁଶ୍ରୀ //
ଭୁବନେଶ୍ୱର, (୧୪/୦୩) : ମାଟ୍ରିକ୍‌ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ର ବିସ୍ତୃତ ସୂଚନା । ଏପ୍ରିଲ ୨୯ ରୁ ଆରମ୍ଭ ହୋଇ ମେ ୭ ରେ ସରିବ ମାଟ୍ରିକ ପରୀକ୍ଷା ।

ସକାଳ ୮ ଟାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କ ର ସଂକ୍ଷିପ୍ତ ଓ ୩୦ ମାର୍କ ର ଦୀର୍ଘ ଉତ୍ତର ମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତର ମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତର ମୂଳକ ୩୦ ମାର୍କ ମିଳିଥିବା ବୁକ୍‌ଲେଟ୍‌ରେ ପରୀକ୍ଷାର୍ଥୀଙ୍କୁ ଲେଖିବାକୁ ହେବ ।

ସେପଟେ ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଏପ୍ରିଲ ୧୩ ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ତେବେ ଏପ୍ରିଲ ୧୮ ରୁ ୨୬ ପର୍ଯ୍ୟନ୍ତ ଅନ୍ୟଏକ ସ୍କୁଲରେ ହେବ ମୂଲ୍ୟାୟନ । ନିଜ ସ୍କୁଲରେ ନ ହୋଇ ପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles