ସାଇକେଲ ଫର ଚେଞ୍ଜ୍ ପ୍ରତିଯୋଗିତାରେ ୧୧ ସହର ଭିତରେ ଭୁବନେଶ୍ୱର

0
175

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୦/୦୭) : ଚଳିତ ବର୍ଷ ଜୁନ୍ ୨୫ ରେ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିବା ପରେ ଆଜି ମନ୍ଦିର ସମହ ଇଣ୍ଡିଆ ସାଇକେଲ ଫର ଚେଞ୍ଜ୍ ଚ୍ୟାଲେଞ୍ଜ ଷ୍ଟେଜ୍ -୧ ପୁରସ୍କାର ପାଇଛି । ଏହା ଦେଶର ଶ୍ରେଷ୍ଠ ୧୧ ସାଇକ୍ଲିଂ ସହର ମଧ୍ୟରେ ସ୍ଥାନ ପାଇଛି ।

ଇଣ୍ଡିଆ ସାଇକେଲ ଫର ଚେଞ୍ଜ୍ ଷ୍ଟେଜ୍ -୧ ସହର ଅଧୀନରେ ଶ୍ରେଷ୍ଠ ୧୧ ପୁରସ୍କାର ପ୍ରାପ୍ତ ସହର ଗୁଡିକ ହେଲା କର୍ଣ୍ଣାଟକର ବେଙ୍ଗାଲୁରୁ, ଓଡ଼ିଶାର ଭୁବନେଶ୍ୱର, ପଞ୍ଜାବର ଏବଂ ହରିୟାଣାର ଚଣ୍ଡିଗଡ, ନାଗାଲାଣ୍ଡର କୋହିମା, ମହାରାଷ୍ଟ୍ରର ନାଗପୁର, ପଶ୍ଚିମବଙ୍ଗର ନୂଆ ଟାଉନ୍ କୋଲକାତା, ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚୱାଡ୍ ଗୁଜୁରାଟର ରାଜକୋର୍ଟ, ଗୁଜରାଟର ସୁରଟ, ଗୁଜରାଟର ଭଦୋଦରା ଏବଂ ତେଲେଙ୍ଗାନାର ୱାରଙ୍ଗାଲ ।

ଏହି ସମସ୍ତ ସହରଗୁଡିକ ନିଜ ନିଜ ସହରରେ ସାଇକେଲ ଚଲାଇବା ଇଭେଣ୍ଟକୁ ତ୍ୱରାନିତ କରିବା ପାଇଁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇବେ ।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ଗୃହ ଓ ନଗର ମନ୍ତ୍ରଣାଳୟର ସଚିବ ଶ୍ରେଷ୍ଠ ୧୧ ବିଜେତା ସହର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ଇଣ୍ଡିଆ ସାଇକେଲ ୪ ଚେଞ୍ଜ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରୁଥିବା ସମସ୍ତ ସହରର ଅନ୍ୟ ହିତାଧିକାରୀମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଚ୍ୟାଲେଞ୍ଜ ରିପୋର୍ଟର ପ୍ରକାଶନ ଏବଂ ସହରଗୁଡିକର ସାଇକେଲ ଯାତ୍ରା ପ୍ରଦର୍ଶନ କରୁଥିବା ଏକ ଅନଲାଇନ୍ ପ୍ରଦର୍ଶନୀ ମଧ୍ୟ ଚିହ୍ନିତ ହୋଇଥିଲା ।

ଏହି ପୁରସ୍କାର ଇଣ୍ଡିଆ ସାଇକେଲ ଫର ଚେଞ୍ଜ ଚ୍ୟାଲେଞ୍ଜର ପ୍ରଥମ ସିଜିନର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭକୁ ମଧ୍ୟ ଚିହ୍ନିତ କରିଛି ଯେଉଁଠାରେ ଦେଶର ୧୦୭ ଟି ସହର ଏକତ୍ରିତ ହୋଇ ବିଭିନ୍ନ ସାଇକେଲ ଚାଳନା ଅନୁକୂଳ ପଦକ୍ଷେପ, ଭାରତର ସାଇକେଲ ଚାଳନା ବିପ୍ଳବକୁ ଆରମ୍ଭ କରିଛନ୍ତି ।