ଜିଲ୍ଲା ଶିକ୍ଷା ବିଭାଗ ସହ ଘରୋଇ ବିଦ୍ୟାଳୟର ସଲାସୁତୁରା ନୀତିର ଶିକାର ଛାତ୍ରଛାତ୍ରୀ ଓ ଅଭିଭାବକ

0
307

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୩୦-୦୭): ବାରମ୍ବାର ଘରୋଇ ବିଦ୍ୟାଳୟ ର ବ୍ୟବସାୟୀ ମନୋବୃତ୍ତି ନେଇ ଟଙ୍କା ଆଦାୟ ସହ ସରକାରୀ ଆଇନ ଖିଲାପ କରିବା ଯୋଗୁଁ ଅଭିଭାବକ ସହ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢାରୁ ବଞ୍ଚିତ କରିବା ବିବାଦ ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଭାବକ ବିଇଓ ତଥା ଡିଇଓ ଙ୍କୁ ଆବେଦନ କରିଥିଲେ ।

କିନ୍ତୁ ଉକ୍ତ ଟିଟିଲାଗଡ଼ ବି ଇ ଓ ତଥା ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ଡିଇଓ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ଆଳରେ ଭିତିରିଆ ସଲାସୁତୁରା ନୀତି କରି ପ୍ରଥମେ ଟର୍ମ ଫିସ ଦାଖଲ ଓ ପରେ ଫେରସ୍ତ କହି ଟଙ୍କା ନେଇ ଯାଇ ଏବେ ଆସନ୍ତା ତା୦୫-୦୮-୨୧ ରିଖ ଦିନ ମଧ୍ୟରେ ଟଙ୍କା ଜମା ନ କଲେ ନୂତନ ଆଡ଼ମିଶନ ହୋଇ ପାରିବନି ବୋଲି ମୋବାଇଲ ମ୍ୟାସେଜ କରିଛନ୍ତି । ଯଦ୍ବାରା ଅଭିଭାବକ ବାଧ୍ୟ ହୋଇ ଭୟରେ ଟଙ୍କା ଜମା କରିଦେବେ । ଏକ ବର୍ଷର ଟଙ୍କା ପୂର୍ବରୁ ନେଇ ନିଜ ମନମୁତାବକ ଶୋଷଣ କରିବାରେ ସମର୍ଥ ହେବେ ।85fa93cd 2adf 4c1d 9f5d 24c05092a881 ଜିଲ୍ଲା ଶିକ୍ଷା ବିଭାଗ ସହ ଘରୋଇ ବିଦ୍ୟାଳୟର ସଲାସୁତୁରା ନୀତିର ଶିକାର ଛାତ୍ରଛାତ୍ରୀ ଓ ଅଭିଭାବକ

ଗତ ଗୁରୁବାର ଦିନ ଏ ନେଇ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ଅଭିଭାବକ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ତଥା ଅନ୍ୟ ଅଧିକାରୀଙ୍କୁ ଆବେଦନ କରି ତୁରନ୍ତ ସରକାରୀ ଆଇନ ଅନୁଯାୟୀ ଛାତ୍ରଛାତ୍ରୀ ଙ୍କ ଅନଲାଇନ ଆଇ ଡି ଖୋଲିବା କୁ ଜଣେଇଥିଲେ । ଉପଜିଲ୍ଲାପାଳ ଉପଯୁକ୍ତ ପଦକ୍ଷେପ ନେବା ପାଇଁ କହିଥିଲେ । ଉକ୍ତ ଆଇଡି ଖୋଲିବା ନେଇ ବିଇଓ ତଥା ଡିଇଓ ଙ୍କ କ୍ଷମତା ଥାଇ ପଦକ୍ଷେପ ନେବା ବଦଳରେ ତୁରନ୍ତ ଅପରାହ୍ନ ସମୟରେ ସ୍କୁଲ ପ୍ରିନ୍ସପାଲ ମୋବାଇଲ କନ୍ଫରେନ୍ସ ଯୋଗେ ବାର୍ତ୍ତାଳାପ କରି ଜଣେ ଆଇନଯିବିଙ୍କ ସହ ମିଶି ଏଭଳି ସୂଚନା ଦେଇଛନ୍ତି ।

ଯାହା ବଲାଙ୍ଗୀର ଜିଲ୍ଲା ଡିଇଓ ଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବାକୁ ଅନୁରୋଧ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଏହି ଅଧିକାରୀଙ୍କୁ ଆବେଦନ ନିବେଦନ ସତ୍ୱେ ଅର୍ଥ ଶୋଷଣ ମନୋବୃତି ନେଇ ଶିକ୍ଷା ବିଭାଗ ଅଧିକାରୀ କାହିଁକି ପଦକ୍ଷେପ ନେଉ ନାହାନ୍ତି ଓ କିପରି ପ୍ରିୟପ୍ରୀତି ଚାଲିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

ସେହିପରି ଟିଟିଲାଗଡ଼ର ଓମଭ୍ୟାଲି ସ୍କୁଲ ଅଭିଭାବକ ଏକ ମାମଲା ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଦାୟର କରିଥିବା ଓ ଅନଲାଇନ ପାଠ ପଢା ସହ ଫିସ ଦାବି ନେଇ ନିର୍ଦ୍ଦେଶ ସତ୍ୱେ ବିଭାଗୀୟ ଅଧିକାରୀଙ୍କ ଖାତିର ନାହିଁ । ଆଇନ ଅଦାଲତର ଅର୍ଥ ଖର୍ଚ୍ଚ କରି ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇ ମାନସିକ ଚାପ ଏଭଳି କୋଭିଡ-୧୯ ସ୍ଥିତିରେ ପ୍ରୟୋଗ ସହ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଉକ୍ତ ବଲାଙ୍ଗୀର ଶିକ୍ଷା ଅଧିକାରୀ ତଥା ଟିଟିଲାଗଡ ଉପଖଣ୍ଡ ଶିକ୍ଷାଅଧିକାରୀଙ୍କ ନୀରବତା ନେଇ ମାସିକ କୋଟା କାରବାର ଥିବା ଗୋପନୀୟ ସୂଚନା ମିଳିଛି । ଏ ନେଇ ଅଭିଭାବକ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହେଲେ ସ୍କୁଲ କର୍ତ୍ତୃପକ୍ଷ ଅଜସ୍ର ଟଙ୍କାର ମାଲିକ ଥିବାରୁ ସୁପ୍ରିମକୋର୍ଟ ଯିବେ ଯାହା ଅଭିଭାବକଙ୍କ ପକ୍ଷରେ ଅସମ୍ଭବ ହୋଇଥିବା ବେଳେ ଏହି ସମୟ ବ୍ୟବଧାନ ରୁ ପାଠପଢାରୁ ଛାତ୍ର ଛାତ୍ରୀ ବଞ୍ଚିତ ହେଉଛନ୍ତି ।

ଏ ନେଇ ଉକ୍ତ ମୋବାଇଲ କଲ ଛୁଟି ଦର୍ଶାଇ ଲୁଚି ରହିଥିବା ପ୍ରଭାବତୀ ପବ୍ଲିକ ସ୍କୁଲ ପ୍ରିନ୍ସପାଲଙ୍କ ନମ୍ବର ସାଇବର ସେଲ ବଲାଙ୍ଗୀର ତରଫରୁ ତଦନ୍ତ କଲେ ସବୁ ରହସ୍ୟ ଉନ୍ମୋଚନ ହେବା ଦାବି ହେଉଛି । ଏହି ସମସ୍ୟା ନେଇ ତୁରନ୍ତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।