କ ନୂଆଗାଁ ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପର୍ଯ୍ୟବେକ୍ଷକଙ୍କ ରୁଦ୍ଧ ଦ୍ୱାର ବୈଠକ

0
228

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୩୦/୦୭): କନ୍ଧମାଳ ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସି ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ କ.ନୂଆଗାଁ ଗସ୍ତ ।b0a0405b a88f 4bb5 a6e6 87d4afa539e1 କ ନୂଆଗାଁ ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପର୍ଯ୍ୟବେକ୍ଷକଙ୍କ ରୁଦ୍ଧ ଦ୍ୱାର ବୈଠକ

ବିଜେଡି କାର୍ଯ୍ୟକାରିଣୀ ବୈଠକ: ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା,କ.ନୂଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ଚାରୋଟି ବ୍ଲକର ନେତାଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି ଦୁଇ ପର୍ଯ୍ୟବେକ୍ଷକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଦୁଇ ପର୍ଯ୍ୟବେକ୍ଷକ। ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଠାରୁ ରଣନିତୀ ପ୍ରସ୍ତୁତ କଲେଣି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦ ।

ଆଗାମୀ ଦିନରେ ଦଳ ଆହୁରି ସୁଦୃଢ଼ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ କୁମାର ସାହୁ ।ଏହି କାର୍ଯ୍ୟକାରିଣୀ ବୈଠକ ରେ କ ନୂଆଗାଁ ବରିଷ୍ଟ ବିଜେଡି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ସଭାପତି ବାସୁଦେବ ପଣ୍ଡା,ବ୍ଲକ ଅଧ୍ୟକ୍ଷ ସୁଲୋଚନା ଦଳବେହେରା, ବିଜେଡି ବରିଷ୍ଠ କର୍ମୀ ସହଦେଵ ପାତ୍ର କୋଟଗଡ ବ୍ଲକ ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ, ସାଂସଦ ବ୍ଲକ ପ୍ରତିନିଧି ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରମୋଦ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର,ବାଲିଗୁଡା ବ୍ଲକ ବରିଷ୍ଟ ବିଜେଡି ନେତା ତଥା ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ନଗର ଯୁବ ସଭାପତି ସୁଜିତ ପାଳ, ଅବନୀ କାନ୍ତ ନାୟକ,ସମେତ ଚାରି ବ୍ଲକ ର ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ |809545cc c6f3 4502 9522 f72c70e5ed63 କ ନୂଆଗାଁ ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପର୍ଯ୍ୟବେକ୍ଷକଙ୍କ ରୁଦ୍ଧ ଦ୍ୱାର ବୈଠକ

କିନ୍ତୁ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଆଜିର କାର୍ଯ୍ୟକାରିଣୀ ବୈଠକ ରେ ଯୋଗ ଦେଇ ନ ଥିବା ନେଇ ରାଜନୀତିକ ମହଲ ରେ ଚର୍ଚ୍ଚା ହୋଇଛି |କେବେବି ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନଥିବା କିଛି ଦଳୀୟ କର୍ମୀ ଙ୍କ ଉପସ୍ଥିତ କୁ ନେଇ କର୍ମୀ ମହଲ ରେ ଆଲୋଚନା ହେଉଛି | କରୋନା କଟକଣା ଯୋଗୁଁ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ବିଜେଡି କାର୍ଯ୍ୟକାରିଣୀ ବୈଠକ କୁ ମନା କରିବା ସହିତ ସୀମିତ ବ୍ଲକ ଛାତ୍ର, ଯୁବ ଓ ମହିଳା କର୍ମୀ କୁ ନେଇ ବୈଠକ କରି ଦଳ କୁ ସକ୍ରିୟ ସଦସ୍ୟ ଓ ୱାର୍ଡ କମିଟି ପାଇଁ ଆଲୋଚନା କରିଥିଲେ |