Thursday, March 28, 2024

Top 5 This Week

Related Posts

ହାଲାପଙ୍କା ଗାଁରେ ଫୁଲକୋବି ଖାଇ ଦମ୍ପତ୍ତି ଗୁରୁତର : ମୋହନା ମେଡିକାଲରେ ଭର୍ତ୍ତି

ରିପୋର୍ଟ : ରାମନାଥ ଗନ୍ତାୟତ //
ଗଜପତି, (୧୮/୦୩) : ଗଜପତି ଜିଲ୍ଲା ମୋହନା ଥାନା ହାଲାପଙ୍କା ଗାଁରେ ଫୁଲକୋବି ଖାଇ ଦମ୍ପତ୍ତି ଗୁରୁତର । ବାଡିରୁ ତୋଳିଥିବା ଫୁଲକୋବି ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁତର ଦମ୍ପତ୍ତିଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ହାଲାପଙ୍କା ଗାଁରେ ଦମ୍ପତି ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ ଗତକାଲି ରାତିରେ ତାଙ୍କ ବାଡ଼ିରେ ଚାଷ ହୋଇଥିବା ଫୁଲ କୋବି ଖାଇ ଗୁରୁତର ଅଛନ୍ତି । ଉଭୟଙ୍କୁ ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସପ୍ତାହେ ପୂର୍ବରୁ ଫୁଲ କୋବି ବାଡ଼ିରେ କୀଟନାଶକ ଔଷଧ ସିଞ୍ଚନ କରିଥିଲେ ।

ରାତିରେ ସେହି କୋବି ରୋଷେଇ କରି ଖାଇବା ପରେ ଦମ୍ପତ୍ତି ଗୁରୁତର ହୋଇ ପଡିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ତେବେ କୀଟନାଶକ ଔଷଧ ସିଞ୍ଚନ ନା ଅନ୍ୟ କୌଣସି କାରଣରୁ ଦମ୍ପତ୍ତି ଅସୁସ୍ଥ ହେଲେ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଡାକ୍ତର କହିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles