ଆଜି ଆସିବ ଅଗଷ୍ଟ ନୂଆଁ ଗାଇଡଲାଇନ୍ : ଅପରାହ୍ନରେ ସୂଚନା ଦେବେ SRC

0
189

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୧/୦୭) : ଆଜି ଆସିବ ଅଗଷ୍ଟ ନୂଆଁ ଗାଇଡଲାଇନ୍ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଆଉ ଗୋଟିଏ ଦିନ ପରେ ସରୁଛି ଗାଇଡଲାଇନର ଅବଧି । ଅଗଷ୍ଟ ପହିଲାରୁ ଲକଡାଉନ୍ ପାଇଁ ଆଜି ନୂଆଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର ।

ଆଜି ଆସିବ ଅଗଷ୍ଟ ନୂଆଁ ଗାଇଡଲାଇନ୍ । ଅପରାହ୍ନ ସାଢ଼େ ୩ଟାରେ ଆସିବନୂଆଁ ଗାଇଡଲାଇନ୍ । ଏସ.ଆର.ସି. ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଦେବେ । ତେବେ ଅଗଷ୍ଟ ୧ ପରେ କ’ଣ ହେବ କଟକଣା, ସେନେଇ ଆଜି ଘୋଷଣା କରିବେ ରାଜ୍ୟ ସରକାର । SRCଙ୍କ ଘୋଷଣା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ୱର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ ।

ନୂଆଁ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ ବୋଲି ଆଶଙ୍କା ରହିଛି ।