ଅଗଷ୍ଟ ୧୫ ଯାଏଁ ମୌସୁମୀ ଦୁର୍ବଳ, ଲଘୁଚାପ ହିଁ ଭରସା : କୃଷି ପାଣିପାଗ ବିଶାରଦ

0
174

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୧/୦୭) : ରାଜ୍ୟରେ ବର୍ଷା କମିଯିବ ଦିନକ ପରେ । ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ସମ୍ଭବତଃ ଅଗଷ୍ଟ ୧୫ ଯାଏଁ ମୌସୁମୀ ଦୁର୍ବଳ ରହିବ । ତେଣୁ ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ଗୁରୁତର ହୋଇପାରେ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି, ଜୁଲାଇ ୩୧ ପରେ ଅଗଷ୍ଟ ୧୫ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା କମିଯିବ । କେବଳ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ମୌସୁମୀ ବର୍ଷା ହେବ । ବାଲେଶ୍ୱରକୁ ଛାଡ଼ିଦେଲେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ଅତି କମ୍‌ ରହିବ ।

ଅଗଷ୍ଟ ମାସରେ ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୩୫୭ ମିଲିମିଟର । ତେଣୁ ଅଗଷ୍ଟ ୧ରୁ ୧୦ ତାରିଖ ଭିତରେ ରାଜ୍ୟରେ ହାରାହାରି ୧୧୫ ମିମି ବର୍ଷା ଆଶା କରାଯାଏ ।

ହେଲେ ଆକଳନ କରାଯାଉଛି, ଏଥର ଅଗଷ୍ଟର ପ୍ରଥମ ୧୦ ଦିନରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ହାରାହାରି ସମୁଦାୟ ବର୍ଷା ୪୦ ମିମି ହୋଇପାରେ । ଅଗଷ୍ଟ ୧୧ରୁ ୧୫ ଯାଏ ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ଆଉ ୨୦ ମିମି ବର୍ଷା ସମ୍ଭାବନା ଅଛି ।