ଆଜି ସଂଧ୍ୟାରେ ବାହାରିବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ସି.ଏଚ.ଏସ.ଇ.

0
204

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୩୧/୦୭) : ଆଜି ବାହାରିବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ଆଜି ସଂଧ୍ୟାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ।

ଆଜି ସଂଧ୍ୟାରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ରେଜଲ୍ଟ ବାହାରିବ, ତେବେ କଳା ଓ ଧନ୍ଦା ମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ରାଜ୍ୟ ସରକାର । ଆବଶ୍ୟକୀୟ କାଗଜପତ୍ରର ଯାଂଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଫଳ ପ୍ରକାଶନ ବିଳମ୍ବ ହୋଇଥିବା କୁହାଯାଇଛି ।

ସି.ଏଚ.ଏସ.ଇ. ର ଅଫିସିଆଲ୍ ୱେବସାଇଟ୍ – ଓରିଶା ରେଜଲ୍ଟସ୍ ଡଟ୍ ନିକ୍ ଡଟ୍ ଇନ୍ orrisaresults.nic.in ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାଟ୍ରିକ ପରୀକ୍ଷାର ମାର୍କକୁ ଆଧାର କରି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କଳା ଓ ଧନ୍ଦା ମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ।