RRR ର ପ୍ରମୋସନ୍ ପାଇଁ ପ୍ରଥମ ଥର ଦିଲ୍ଲୀ ପହଞ୍ଚିଲେ ଜୁନିୟର୍ ଏନଟିଆର୍

0
167
RRR

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୩) : ଏସ୍ ଏସ୍ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR ରିଲିଜ୍ ପାଇଁ ପ୍ରସ୍ତୁତ । ପ୍ରଥମ ଥର ପାଇଁ ଫିଲ୍ମର ପ୍ରମୋସନ୍ ପାଇଁ ଜୁନିୟର୍ ଏନଟିଆର୍ ଦିଲ୍ଲୀରେ ପହଞ୍ଚିଥିଲେ ।

RRR ର ଷ୍ଟାର୍ କାଷ୍ଟ ରବିବାର ଦିନ ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ଅଞ୍ଚଳରେ ପହଞ୍ଚିଥିଲେ । ଯେଉଁଠାରେ ହଜାର ହଜାର ଲୋକ ସେମାନଙ୍କୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ।

ସେମାନଙ୍କ ସହ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ମଧ୍ୟ ଯୋଗ ଦେଇଥିଲେ । ଏହି ଫିଲ୍ମର ପ୍ରମୋଶନ କରିବାବେଳେ ସେ ରାମ ଚରଣ ଏବଂ ଜୁନିୟର୍ ଏନଟିଆରଙ୍କ ଠାରୁ ନାଟୋ ନାଟୋ ର ସିଗ୍ନେଚର ଷ୍ଟେପ୍ ଶିଖିବାକୁ ଚେଷ୍ଟା କରିଥିଲେ ।

ଦିଲ୍ଲୀ ପୂର୍ବରୁ, RRRର ଲିଡ୍ କାଷ୍ଟ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ସହ ଗୁଜୁରାଟରେ ପହଞ୍ଚିଥିଲେ । ଯେଉଁଠାରେ ସେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଫିଲ୍ମ ର ପ୍ରମୋସନ୍ କରିଥିଲେ । ଏହା ହେଉଛି ପ୍ରଥମ ଫିଲ୍ମ ଯାହାର ପ୍ରମୋସନ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରୁ କରାଯାଇଛି ।