ଅଭିନୟ ଜଗତରେ ପାଦ ଦେଲେ ମହେଶ ବାବୁଙ୍କ ଝିଅ ସୀତାରା

0
175
ଅଭିନୟ ଜଗତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୩) : ସାଉଥ ଇଣ୍ଡଷ୍ଟ୍ରି ର ସୁପର୍ ଷ୍ଟାର୍ ମହେଶ ବାବୁ । ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ‘ସାରକାରୁ ଭାରୀ ପଟା’ ରିଲିଜ ହେବାକୁ ଯାଉଛି । ଅଭିନୟ ଜଗତରେ ପାଦ ଦେଲେ ମହେଶ ବାବୁଙ୍କ ଝିଅ ସୀତାରା ।

ଏହି ଫିଲ୍ମଟି ଅଭିନେତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ଫିଲ୍ମ ମାଧ୍ୟମରେ ତାଙ୍କ ଝିଅ ସୀତାରା ଘଟ୍ଟାମନେନୀ ମଧ୍ୟ ଅଭିନୟ ଜଗତରେ ପାଦ ଦେଉଛନ୍ତି । ସୀତାରାଙ୍କ ପ୍ରଥମ ଫିଲ୍ମ ତାଙ୍କ ବାପାଙ୍କ ସହ ହେବ ।

ସୀତାରାଙ୍କ ଗୀତ ‘ପେନି’ର ପ୍ରୋମୋ ସାମ୍ନାକୁ ଆସିଛି । ଏଥିରେ ମହେଶ ବାବୁ ଝିଅ ର ଆନ୍ଦାଜ ଦେଖି ବହୁତ ଖୁସି ଅଛନ୍ତି । ଏହି ପ୍ରମୋ ଭିଡିଓରେ ସୀତାରା ଏକ ରକଷ୍ଟାର ପରି ନାଚୁଥିବା ନଜର ଆସିଛନ୍ତି । ସୀତାରାଙ୍କ ଆଟିଟ୍ୟୁଡ୍ ଆଶ୍ଚର୍ଯ୍ୟଜନକ ଏବଂ ତାଙ୍କୁ ଦେଖି କେହି କହିପାରିବେ ନାହିଁ ଯେ ଏହା ତାଙ୍କର ପ୍ରଥମ ଫିଲ୍ମ । ମହେଶ ବାବୁ ମଧ୍ୟ ଏହି ପ୍ରମୋକୁ ଟ୍ୱିଟରରେ ସେୟାର କରିଛନ୍ତି । ସୀତାରାଙ୍କ ଗୀତର ପ୍ରୋମୋ ଭିଡିଓ ଗୋଟିଏ ଦିନରେ ୪.୪ ମିଲିୟନ୍ ଭ୍ୟୁଜ୍ ପାଇଛି ।