ଅମ୍ରିତା କାଡ୍ରାକା ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ

0
369
ଅମ୍ରିତା କାଡ୍ରାକା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୧/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହେବା ପରେ ଅମ୍ରିତା କାଡ୍ରାକା ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ଭାବେ ଵିଜୟ ହୋଇଥିଲେ ।

ଅମ୍ରିତା କାଡ୍ରାକା ପୂର୍ବରୁ କୌଣସି ରାଜନୈତିକ ବିଷୟରେ ଜାଣି ନ ଥିଲେ । ତାଙ୍କ ନିଜ ଘର କାଳକୁପା ଗାଁ ରୁ ସେ ଗତ ବର୍ଷ ବହୁ ହୋଇ ଆସିଥିଲେ । ତାଙ୍କ ସ୍ବାମୀ ସାବି କାଡ୍ରାକା କୁ ମଧ୍ୟ କୌଣସି ରାଜନୈତିକ ବିଷୟରେ ଅବିଜ୍ଞତା ନ ଥିବା ଜଣା ପଡିଛି ।
353bec06 9bd0 405e bc21 1add06d2a6ee ଅମ୍ରିତା କାଡ୍ରାକା ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ

ଆଜି ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିବାରୁ ବହୁତ ଖୁସି ହୋଇଥିବା ଜଣା ପଡିଛି । ତାଙ୍କର ଶିକ୍ଷା ଗତ ୟୋଗ୍ୟତା ମାତ୍ର ନବମ ଶ୍ରେଣୀ ସେ ଗୋଟିଏ ଚାଷୀ ପରିବାର ର ବହୁ ଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁତ ବୁଝାସୁଝା କରିବାପରେ ସମିତି ସଭ୍ୟା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ଦଳ ସମର୍ତ୍ତିତ ପ୍ରାର୍ଥୀନୀ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଦେଇଥିବା ଭୀମସେନ ବାଘ ପ୍ରତାପ ଓ ସମର୍ଥକ ମାନେ କହିଛନ୍ତି ।

a4a37ec7 c514 4ded 810b 023db1c5d0a6 ଅମ୍ରିତା କାଡ୍ରାକା ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣଆଜି ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ବିଜେଡି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବି ଭରା ପ୍ରସାଦ ରାଓ ବିଜେଡି ବ୍ଳକ ସଭାପତି ସୁନ୍ଦର ରାଓ ବାଘ ଏବଂ ବିଜେଡି ଦଳର ସବୁ ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ କରିଥିଲେ ।

ଏହି ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତ ଜିପିଓ ମାନସ ରଞ୍ଜନ ପ୍ରଧାନ ଉପସ୍ଥିତ ରହି ଅମ୍ରିତା କାଡ୍ରାକା ଙ୍କୁ ନୂତନ ବ୍ଳକ ଅଧ୍ୟକ୍ଷା ରୂପେ ସ୍ବାଗତ କରି ତାଙ୍କୁ ଦାୟିତ୍ୱ ପ୍ରଧାନ କରିଥିଲେ ।