ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ବୃଦ୍ଧ : ସରପଞ୍ଚ ଫେରାଇ ଦେଉଛନ୍ତି

0
223

0657c5b4 e7f1 47cf b160 93fe995a60ce ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ବୃଦ୍ଧ : ସରପଞ୍ଚ ଫେରାଇ ଦେଉଛନ୍ତିରିପୋର୍ଟ : ବିମଳେନ୍ଦୁ ସାହୁ //
ଲୋଇସିଂହା,(୩୧/୦୭) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତର ଝରଣୀପାଲି ଗାଁ ବାସିନ୍ଦା ବିରଞ୍ଚି ସାହୁ019323d9 dd75 40f7 a4ff 7f06ea295eaf ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ବୃଦ୍ଧ : ସରପଞ୍ଚ ଫେରାଇ ଦେଉଛନ୍ତି (୬୫) ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ । ଗତ ପାଞ୍ଚ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଥାଇ ଚିକିତ୍ସାଧୀନ ଅଛନ୍ତି ।

ତେବେ ପରିଣତ ବୟସରେ ଭତ୍ତା ଗୋଟିକ ପାଇବା ପାଇଁ ପଞ୍ଚାୟତ ତଥା ବ୍ଲକ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଆବେଦନ କରି ମଧ୍ୟ ନିରାଶ ହୋଇଥିବା ବିରଞ୍ଚି ଅଭିଯୋଗ କରିଛନ୍ତି । ଟାର୍ଗେଟ ନ ଥିବା କହି ସରପଞ୍ଚ ତାଙ୍କୁ ଫେରାଇ ଦେଇଥିବା ବେଳେ ଆଉ ଭତ୍ତା ହେଉ ନ ଥିବା କହିଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ । ଏଭଳି ସ୍ଥିତିରେ ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ବିରଞ୍ଚି କିଭଳି ତାଙ୍କ ନିଜ ପେଟ ପାଟଣା ସହିତ ଔଷଧ ଖର୍ଚ୍ଚ ବହନ କରିବେ, ସେ ନେଇ ଚିନ୍ତାରେ ପଡ଼ିବା ସହିତ ଭାଗ୍ୟକୁ ଆଦରି ରହିଛନ୍ତି । ବଲାଙ୍ଗୀର ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।