କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁ ରେ ଆବାସ ଯୋଜନା ଗୃହ ସାତ ସପନ

0
220
କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ରାୟଗଡା, (୨୨/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ର ସଦର ଗାଁ ରେ ଝାଟି ମାଟି କୁଡ଼ିଆରେ ବିଧବା କାନ୍ଦିରି ପିଡ଼ିସିକା ଓ ପୁଅ କାମେଶ୍ବର ପିଡ଼ିସିକା ଜୀବନ ବିତଉଥିବା ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ର ସଦର ଗାଁ ରେ ଆଜକୁ ପ୍ରାୟ ୬ ବର୍ଷ ହେବ ୨୦୧୭ ମସିହାରେ ବନ୍ୟା ରେ ଘର ଭୁଶୁଡ଼ି ଯାଇଥିଲା । ବିଧବା କାନ୍ଦିରି ନିଜ ପୁଅ କୁ ଧରି ଏକ ଛୋଟ କୁଡିଆରେ ରହି ଆସୁଛନ୍ତି । କରଡା କାଠ ଆଣି ଚାରି ଆଡ଼େ ପୋତି ତା ଉପରେ ଏକ ଜରି ପକାଇ ଚଳି ଆସୁଛନ୍ତି ।0be04c38 9f49 476b a4b2 454d05e475f8 କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁ ରେ ଆବାସ ଯୋଜନା ଗୃହ ସାତ ସପନ

ବର୍ତ୍ତମାନ ଶୀତ କାକର, ଖରା ଓ ବର୍ଷା ହେଉଥିଲେ ମଧ୍ୟ ଘର ଉପରେ ଜରି ପକାଇ ରହୁଛନ୍ତି । ଅତ୍ୟଧିକ ବର୍ଷା ହେଲେ ଶୋଇବା ପାଇଁ ବହୁତ ଅସୁବିଧା ହେଉଥିବା କହିଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଅଟନ୍ତି । ଏମାନଙ୍କୁ ମାସିକ ବିଧବା ଭତ୍ତା ୫୦୦ ଟଙ୍କା ହିଁ ମିଳୁଥିବା ବେଳେ ୧୦ କିଲୋ ଚାଉଳ ପାଉଥିବା କାନ୍ଦିରି କହିଛନ୍ତି ।

ଏତିକି ଟଙ୍କା ରେ ୨ ପ୍ରାଣୀ ଅଚଳିବା ଅସୁବିଧା ହେଉଥିବା ଯୋଗୁଁ ସବୁବେଳେ ଲେବର କାମ କରନ୍ତି । ସେଥିରୁ ପାଉଥିବା ଟଙ୍କାରେ ଚଲୁଥିବା କହିଛନ୍ତି । ଏହି ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ବୋଲି ବିଧବା କାନ୍ଦିରି କହିଛନ୍ତି । ଗତ ୨୦୧୭ ବନ୍ୟାରେ ଏହି ଘର ଭାଙ୍ଗି ଯାଇଥିଲା । ଏହାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନରେ ଯାଇ ନିରବ ରହୁଥିବା କହିଛନ୍ତି । ଏହି ଗରିବ ଶ୍ରେଣୀ ର ପରିବାର କୁ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସରକାରଙ୍କ ମାଳ ମାଲ ଯୋଜନା ଥାଇ ମଧ୍ୟ ଗରିବ ପରିବାର ଙ୍କୁ ମିଳୁଥିବା ଦେଖିବା କୁ ମିଳୁଛି । ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଲେ ଯେ ଯେତେବେଳେ ତାଙ୍କ ଘର ଭାଙ୍ଗିଲା ସେତେବେଳେ ସହାୟତା ମିଳିବା ର ଥିଲା । ବର୍ତ୍ତମାନ ସରକାର ଏମିତି ଆଇନ କରିଛନ୍ତି ଯେ ଆମେ ଚାହିଁଲେ ମଧ୍ୟ ସାହାର୍ଯ୍ୟ କରି ହେବନାହିଁ ।

କାରଣ ମୁଁ ଏହି ସମ୍ପର୍କରେ ଜାଣି ନାହିଁ ୨୦୧୭ ବନ୍ୟା ପିରିୟଡ଼ ରେ ଯେଉଁ ବିଡ଼ିଓ ଥିଲେ ସେ ସମାଧାନ କରିବା ର ଥିଲା । ଯଦି ତାଙ୍କର ନାମ ତାଲିକା ରେ ଥିବ ତେବେ ସରକାର ଆମକୁ କାର୍ଯ୍ୟଦେଶ ଦେବାକୁ କହିଲେ ତାଲିକା ହିସାବରେ ଆମେ ଆବାସ ଯୋଜନା ର କାର୍ଯ୍ୟଦେଶ ପ୍ରତ୍ର ପ୍ରଧାନ କରିବୁ ବୋଲି କହିଛନ୍ତି ।