Friday, March 29, 2024

Top 5 This Week

Related Posts

ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ୩ ଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୫/୦୩) : କୋରାପୁଟ ଜିଲ୍ଲା ପ୍ରାଣୀ ଚିକିତ୍ସା ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ବୋରିଗୁମ୍ମା ବ୍ଳକ ସଭାଗୃହ ଠାରେ ଏକ ତିନି ଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ସାରଙ୍ଗଧର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ବକ୍ତବ୍ୟ ରେ ସେ କହିଥିଲେ ଯେ ଆଜିର ଦିନରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବ୍ରଏଲର କୁକୁଡ଼ା ପାଳନ କରି ବେଶ ଦୁଇ ପଇସା ରୋଜଗାର କରିପାରିବେ । କୁକୁଡ଼ା ଚିଆଁ ଜନ୍ମରୁ ମାତ୍ର ୩୫ ଦିନ ମଧ୍ୟରେ ଦୁଇ କିଲୋରୁ ଉର୍ଦ୍ଧ୍ବ ଓଜନ ହୋଇପାରିବେ । ସେଥି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ତିନି ଦିନିଆ ପ୍ରଶିକ୍ଷଣ ଦିଆଯାଉଥିବା କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ସନ୍ତୋଷ କୁମାର ପାଣିଗ୍ରାହୀ ଓ ଡ଼.ବିଚିତ୍ର ମୋହନ ଦାସ ପ୍ରଶିକ୍ଷଣ ଶିବିର ରେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ବିସ୍ତୃତ ଭାବେ କିପରି ବ୍ରଏଲର କୁକୁଡ଼ା ପାଳନ କରିବେ ତାହା ଉପରେ ତାଲିମ ପ୍ରଦାନ କରିଥିଲେ । ବୋରିଗୁମ୍ମା ବ୍ଳକ ର ଓଡିଶା ଜୀବିକା ମିଶନ ତରଫରୁ ବିଭିନ୍ନ ପଞ୍ଚାୟତ ରେ କୁକୁଡ଼ା ଘର ନିର୍ମାଣ କରାଯାଇଛି । ସେହି କୁକୁଡ଼ା ଘର ଗୁଡିକୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ପରବର୍ତ୍ତୀ ସମୟରେ ବ୍ଳକ ପ୍ରଶାସନ ହସ୍ତାନ୍ତର କରିବେ ।

ଏହି ତିନି ଦିନିଆ ତାଲିମ ଶିବିରରେ ବ୍ଳକ ର ସେମଳାଗୁଡା, ବିଜାପୁର, କୁମୁଲି, ଆଉଁଳି, କାଠରଗଡା, ହର୍ଦ୍ଦୋଳି, ଡେଙ୍ଗପଦର ପ୍ରଭୃତି ଅଞ୍ଚଳରୁ ୨୦ ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ । ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ପ୍ରଭାତ କୁମାର ଜେନା, ଡ଼.ଦେବାଶିଷ କର, ଡ଼.ଯଜ୍ଞଦତ୍ତ ଦାସ ତିନି ଦିନିଆ ପ୍ରଶିକ୍ଷଣ ଶିବିର କୁ ପରିଚାଳନା କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles