ଖାଉଛନ୍ତି କି ସୁଗାର ଫ୍ରି ଟାବଲେଟ ? ଶରୀରରେ ୧୩% ଅଧିକ ରହିଛି କ୍ୟାନସର ହେବାର ସମ୍ଭାବନା

0
160
ଖାଉଛନ୍ତି କି ସୁଗାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ଭୁବନେଶ୍ୱର, (୨୬/୦୩) : ଖାଉଛନ୍ତି କି ସୁଗାର ଫ୍ରି ଟାବଲେଟ ? କିଛି କୃତ୍ରିମ ଚିନି ଜାତୀୟ ଉପାଦାନ ବା ସୁଗାର ଫ୍ରି ଟାବଲେଟ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା ଆମ ଶରୀରରେ କର୍କଟ ରୋଗ ହେବାର ସମ୍ଭାବନାକୁ ଅଧିକ ବଢ଼ାଇଦେଇ ପାରେ ବୋଲି ଏକ ବଡ଼ ଗବେଷଣାରୁ ଏହା ସାମ୍ନାକୁ ଆସିଛି ।

ଖାଉଛନ୍ତି କି ସୁଗାର ଫ୍ରି ଟାବଲେଟ ? ଚିନି ବଦଳରେ ସାଧାରଣତଃ ଆମେ ଏହାକୁ ବ୍ୟବହାର କରୁ ଯାହାକି ଆମ ଶରୀରରେ ବିପଦକୁ ୧୩ ପ୍ରତିଶତ ବଢ଼ାଇ ଦେଇପାରେ । ଫ୍ରେଞ୍ଚ ଇଣ୍ଟରନେସନାଲ ଇନିଷ୍ଟିଟିଉଟ ଅଫ ମେଡ଼ିକାଲ ରିସର୍ଚ୍ଚ ଓ ସରବନ ପାରିସ ନର୍ଡ ୟୁନିଭରସିଟି ର ବିଶେଷଜ୍ଞମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତିଯେ ଏହା ଦ୍ୱାରା ଶରୀରରେ ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗ ହେବାର ସମ୍ଭାବନା ବଢ଼ି ଯାଇଥାଏ ।

ଏହି ଅଧ୍ୟୟନରେ ଏକ ଲକ୍ଷ ଦୁଇ ହଜାର ୮୬୫ ଜଣ ଫ୍ରାନ୍ସ ର ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ଯାହାକି ପିଏଲଓଏସ (PLOS) ମେଡିସିନ ପତ୍ରିକାରେ ପ୍ରକାଶ ପାଇଥିଲା ।

ଏହି ଅଧ୍ୟୟନରେ ଲୋକମାନେ ତାଙ୍କର ଚିକିତ୍ସା ବିବରଣୀ, ଜୀବନ ଶୈଳିର ଅଭ୍ୟାସ ଓ ଅନ୍ୟ ବିବରଣୀ ସମ୍ବନ୍ଧରେ ଜଣାଇଥିଲେ । ଗବେଷକମାନେ ସେମାନଙ୍କ ଖାଦ୍ୟାଭ୍ୟାସରେ ସୁଗାର ଫ୍ରି ଟାବଲେଟ କୃତ୍ରିମ ଚିନିଜାତୀୟ ଉପାଦାନ ଖାଉଥିବା ଜାଣିବାକୁ ପାଇଥିଲେ ଓ ସେମାନଙ୍କ ଶରୀରରେ କ୍ୟାନ୍ସର ରୋଗ ହେବାର ସମ୍ଭାବନା ରହିଛି ତାହା ପରୀକ୍ଷା କରିଥିଲେ ।

ଗବେଷଣାରୁ ଜଣା ପଡ଼ିଥିଲାଯେ ଲୋକମାନେ ଦିନକୁ ୭୯ ମିଲିଗ୍ରାମରୁ ଅଧିକ କୃତ୍ରିମ ଚିନି ଜାତୀୟ ଉପାଦାନବା ସୁଗାର ଫ୍ରି ଟାବଲେଟ ଖାଉଛନ୍ତି । ଯାହାକି ତାଙ୍କ ଶରୀରରେ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ୧୩ ପ୍ରତିଶତ କ୍ୟାନସର ହେବାର ସମ୍ଭାବନାକୁ ବଢ଼ାଇ ଦେଉଛି ।

ବୈଜ୍ଞାନିକମାନଙ୍କ ଅନୁସାରେ ଏହା ଦ୍ୱାରା ସ୍ତନ କର୍କଟ ଓ ମୋଟାପଣ ଜନିତ କର୍କଟ ରୋଗର ଅଧିକ ସମ୍ଭାବନା ରହିଛି । ବୈଜ୍ଞାନିକମାନେ କହିଛନ୍ତି “ଚିନି ବଦଳରେ ସୁଗାର ଫ୍ରି ଟାବଲେଟ ବ୍ୟବହାର କରିବାକୁ ଆମେ ସମର୍ଥନ କରୁନାହୁଁ ଏହାଦ୍ୱାରା ହେଉଥିବା ଗୁରୁତର ସ୍ୱାସ୍ଥ୍ୟ ପ୍ରଭାବ ଓ ରୋଗ ବିଷୟରେ ନୂଆ ଓ ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛୁ ।