କିଦି ଗାଁ ପଞ୍ଚାୟତ ନିଲାପୂର୍ ରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

0
227
କିଦି ଗାଁ ପଞ୍ଚାୟତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୬/୦୩) : ଗଜପତି ଜିଲ୍ଲା ର କାଶୀନଗର ଥାନା ଅଞ୍ଚଳ ଅନ୍ତର୍ଗତ କିଦି ଗାଁ ପଞ୍ଚାୟତ ନିଲା ପୁର ଠାରେ ଏକ ଅଜଣା ବ୍ୟକ୍ତିଙ୍କ ସବ ଉଦ୍ଧାର ହୋଇଛି ଏହା ଏକ ହତ୍ୟା ଘଟଣା ବୋଲି ଜଣାଯାଇଛି ।befda817 3741 41c6 9b9d ae2f231863c7 କିଦି ଗାଁ ପଞ୍ଚାୟତ ନିଲାପୂର୍ ରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ପ୍ରକାଶ ଥାଉ କି କାଶୀନଗର ଥାନା ଅଧୀନରେ ଥିବା କିଦି ଗାଁ ପଞ୍ଚାୟତ ର ନୀଳା ପୁର ଠାରେ ବହି ଯାଇଥିବା ଏକ ନାଳପାଖରେ ଏକ ଅଜଣା ବ୍ୟକ୍ତି ର ମୃତ ଦେହ ପଡ଼ିଥିବା ଗ୍ରାମ ର କିଛି ଲୋକ ଦେଖି କାଶୀନଗର ପୋଲିସ କୁ ଖବର ଦେଇଥିଲେ ।

କାଶୀନଗର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ପୋଲିସ ସେଠାରେ ପହଞ୍ଚି ସବ କୁ ଜବତ କରିଛନ୍ତି ପୋଷ୍ଟ ମର୍ତମ୍ ପାଇଁ ପଠାଇ ଦେଇଛନ୍ତି ଏ ନେଇ କାଶୀନଗର ଥାନା କେଶ୍ ନ ୩୪/୨୩ ରେ ଏକ କେଶ୍ ରୁଜୁ ହୋଇଛି । ପୋଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସଂଢେହ କରୁଛି । ଏଣୁ ୩୦୨ ଦଫାରେ ଏହି କେଶ୍ ହୋଇଛି । ସବ ନିକଟ ରେ ଏକ ଚଷମା ପଡ଼ିଥିବା ପୋଲିସ କହିଛି । ତଦନ୍ତ ଚାଲୁ ରହିଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।