Friday, March 29, 2024

Top 5 This Week

Related Posts

ଆଜିର ଖବର // ତାରିଖ ୨୭-୦୩-୨୦୨୨(ରବିବାର)

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୩) : ମୁଖ୍ୟ ଖବର ଆଜିର ସହ କିଛି ରୋଚକ ଖବର ଯାହା ସାଧାରଣ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏବେ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରୁଛୁ ।

ଆଜିର ଖବର

୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଦେଶବାସୀଙ୍କୁ ଆହୁରି ୬ ମାସ ମିଳିବ ମାଗଣା ରାସନ । ଟୁଇଟ୍ କରି ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨-ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଆଣିବା ମୂର୍ଖତା: ପାକିସ୍ତାନ ଗୃହମନ୍ତ୍ରୀ ।

୩-ବିଜେପି ସରକାର ମଣିପୁରରେ ୧୦୦ ଦିନରେ ନେବ ୧୦୦ ପଦକ୍ଷେପ, ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ବଡ ଘୋଷଣା ।

୪-୨୦୨୧-୨୨ ମସିହା ପାଇଁ ଘୋଷଣା ହେଲା ‘କାୟାକଳ୍ପ’ ପୁରସ୍କାର, ମାଲକାନଗିରି ଜିଲା ସଦର ମହକୁମା ହସ୍‌ପିଟାଲ୍‌ ପ୍ରଥମ ।

୫-ଅନ୍ତର୍ଜାତୀୟ ଦୁଇ କ୍ରୀଡ଼ାବିତ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ସୁଟର ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ୨ ଲକ୍ଷ ଟଙ୍କା ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ୧୫ ଲକ୍ଷ ପୁରସ୍କାର ।

୬-ପୌର ଫଇସଲାରେ ବିଜେଡିର ବାଜିମାତ୍: ବିଜୟ ସୂଚକ ଦେଖାଇ ଫଟୋ ଛାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ।

୭-କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି : କେଜ୍ରିୱାଲ ।

୮-୩ଟି ଯାକ ମେୟର ପଦ ହାତେଇଲା ବିଜେଡି । ଭୁବନେଶ୍ୱରରେ ଜିତିଲେ ସୁଲୋଚନା, ବ୍ରହ୍ମପୁରରେ ସଂଘମିତ୍ରା,କଟକରେ ସୁବାସ ବିଜୟୀ ।

୯-ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ।

୧୦-ପିପିଲି ବାର୍ ଆସୋସିଏସନ୍ ନିର୍ବାଚନ : ସଭାପତି ହେଲେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ।

୧୧-ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାମ ଜାରି ରଖିବେ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତା ଏପ୍ରିଲ ୪ ତାରିଖରେ ନିଆଯିବ। କାରଣ ଏପ୍ରିଲ ୪ରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ବିରୋଧୀ ଦଳଗୁଡ଼ିକ ଦୀର୍ଘଦିନ ହେଲା ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଁ ସଂସଦରେ ଏହା ଉପରେ ଭୋଟିଂ ହେଉନାହିଁ।

୧୨-ବିଧାୟକଙ୍କ ଫୋନ୍ ଉଠାଉ ନାହାନ୍ତି ବିଭାଗୀୟ ସଚିବ, ବିଧାନସଭାରେ କ୍ଷୋଭ ପ୍ରକାଶ କଲେ ନରସିଂହ ।

୧୩-୨୯ରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା, ଆଜିଠୁ କଳାହାଣ୍ଡିକୁ ଯିବେ ପ୍ରାକ୍ ଡାକ୍ତରୀ ଦଳ ।

୧୪-ଆଇପିଏଲ ୨୦୨୨: CSKକୁ ହରାଇ KKRର ବିଜୟ ଅଭିଯାନ ଆରମ୍ଭ, ଧୋନୀଙ୍କ ଅର୍ଦ୍ଧଶତକ ବୃଥା ।

୧୫-ଜାତୀୟ ଗଣମାଧ୍ୟମଗୁଡ଼ିକର ଭୁଲ୍ ରିପୋର୍ଟିଂକୁ ନେଇ ଉଠିଲା ପ୍ରଶ୍ନ; ଓଡ଼ିଶାର ପୌର ନିର୍ବାଚନକୁ ନେଇ ଭୁଲ୍ ରିପୋର୍ଟ ଦେଖାଇଲେ ନ୍ୟାସ୍‌ନାଲ ମିଡିଆ ।

୧୬-କର୍ଣ୍ଣାଟକରେ ହିଜାବ ପରେ ଆଉ ଏକ ବିବାଦ, ବିଧାୟକଙ୍କ ଦାବି- ମଦରସା ଉପରେ ଲଗାଯାଉ ବ୍ୟାନ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles