ବିଜେଡ଼ି ଦଖଲ ରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଜୟୀ ଅଧ୍ୟକ୍ଷଙ୍କ ବିଜୟ ଶୋଭାଯାତ୍ରା

0
175
ବିଜେଡ଼ି ଦଖଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୬/୩) : ବିନିକା ପରିଷଦ ପୁଣି ୫ ବର୍ଷ ପାଇଁ ବିଜେଡ଼ି ଦଖଲ କରିବାରେ ସଫଳ ହୋଇଛି । ୧୨ ଗୋଟି ୱାର୍ଡ ବିଶିଷ୍ଟ ବିନିକା ଏନଏସି ର ୧ ନଂ, ୩ ନଂ, ୧୦ ନଂ ୱାର୍ଡ ପ୍ରାର୍ଥୀନୀ ମାନେ ପୂର୍ବରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବାକି ୯ଟି ୱାର୍ଡରେ କାଉନସିଲର ପାଇଁ ଏବଂ ୧୨ଟି ଯାକ ୱାର୍ଡରେ ନଗରପାଳ ଆସନ ସକାଶେ ହୋଇଥିବା ନିର୍ବାଚନ ଗଣତି ପରେ ୮ଟିରେ ବିଜେଡ଼ି ପ୍ରାର୍ଥୀ ପ୍ରାର୍ଥୀନୀ ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟ ହୋଇଛନ୍ତି ।cafa4083 d790 4141 b38f 4cf74cff3f92 ବିଜେଡ଼ି ଦଖଲ ରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଜୟୀ ଅଧ୍ୟକ୍ଷଙ୍କ ବିଜୟ ଶୋଭାଯାତ୍ରା

ବିଜେଡ଼ି ଦଖଲ ରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ । ଏଥର ଅଧ୍ୟକ୍ଷ ପଦ ସିଧାସଳଖ ଲଢେ଼ଇ ହୋଇଥିବାରୁ ବିଜେଡ଼ି ର ସୁବାସ ଚନ୍ଦ୍ର ଭୋଇ ସମସ୍ତ ୱାର୍ଡରୁ ୫୬୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ବିଶ୍ଵାମିତ୍ର ଭୋଇ ୨୮୦୩ ଖଣ୍ଡ, କଂଗ୍ରେସ ର ଅନିଲ କୁମାର ନାଏକ ୧୦୨୨ ଖଣ୍ଡ ଭୋଟ ପାଇଥିଲେ ।

ସେହିପରି ୨ନଂ ୱାର୍ଡରେ ବିଜେଡ଼ିର କାଉନସିଲର ପ୍ରାର୍ଥୀ ବୈରାଗୀ ପ୍ରଧାନ ୪୭୮ ଖଣ୍ଡ, ବିଜେପି ର ରାଜ କୁମାର ସେବକ ୨୫୨ ଖଣ୍ଡ ଭୋଟ ପାଇଥିଲେ । ୪ନଂ ୱାର୍ଡରେ ବିଜେଡ଼ି ର ଜିତେନ୍ଦ୍ର ମଲ୍ଲିକ ୩୭୭ ଖଣ୍ଡ, କଂଗ୍ରେସ ର ଗୋବିନ୍ଦା ଝାଙ୍କର ୨୨୮, ବିଜେପି ର ଟିକୁନ ମହାଳିଙ୍ଗ ୫୨, ସ୍ଵାଧୀନ ଦଳ ର ଗୋପାଳ ମହାନ୍ତି ୬୨ ଖଣ୍ଡ ଭୋଟ ପାଇଥିଲେ ।

୫ନଂ ୱାର୍ଡରେ ବିଜେପି ର ଗୋପାଳ କୃଷ୍ଣ ମହାଲୀଙ୍ଗ ୧୪୯, ବିଜେଡ଼ି ର ପ୍ରତିମା ଦୀପ ୧୨୯, କଂଗ୍ରେସ ର ବିରବଲ ବେହେରା ୧୧୪, ସ୍ଵାଧୀନ ଦଳର ଗୁରୁବାରି ସେଠ ୫୫ ଖଣ୍ଡ ଭୋଟ ପାଇଥିଲେ । ୬ନଂ ୱାର୍ଡରେ ବିଜେଡ଼ି ର ବିଜୟ ବରାଇ ୩୯୧, କଂଗ୍ରେସ ର ଉମାକାନ୍ତ ଦୀପ ୨୭୯, ବିଜେପି ର ସନ୍ତୋଷ ଅଗ୍ରୱାଲ ୧୪୦ ଖଣ୍ଡ ଭୋଟ ପାଇଥିଲେ ।

୭ନଂ ୱାର୍ଡରେ ବିଜେଡ଼ିର ରେଣୁକା ବରାଇ ୩୯୧, ବିଜେପି ର ସୁରପ୍ରୀୟା ନେପାକ ୨୩୭ ଭୋଟ ପାଇଥିଲେ । ୮ ନଂ ୱାର୍ଡରେ ବିଜେଡ଼ି ର ପ୍ରଦୀପ ବାଘ ୪୫୨, ବିଜେପି ର ନାରାୟଣ ନାଏକ ୩୧୨ ଖଣ୍ଡ ଭୋଟ ପାଇଥିଲେ । ୯ନଂ ୱାର୍ଡରେ ବିଜେଡ଼ିର ବୈଜୟନ୍ତୀ କଟୁଆଲ ୪୬୫, ବିଜେପି ର ପିଙ୍କି ସେଠ ୩୮୫ ଖଣ୍ଡ ଭୋଟ ପାଇଥିଲେ । ୧୧ନଂ ୱାର୍ଡରେ ବିଜେଡ଼ି ର ବିକାଶ କର୍ଣ୍ଣ ୫୬୧, ବିଜେପି ର ପ୍ରଫୁଲ୍ଲ ବଘାର ୪୭୨, ସ୍ଵାଧୀନ ଦଳ ର ଦେବେନ୍ଦ୍ର ଜଗଦଲା ୧୦୩ ଖଣ୍ଡ ଭୋଟ ପାଇଥିଲେ ।

୧୨ନଂ ୱାର୍ଡରେ ବିଜେଡ଼ି ର ପୂର୍ବତନ ଉପାଧକ୍ଷା ତପସ୍ଵିନୀ ମେହେର ୭୨୮, ବିଜେପି ର ଚନ୍ଦ୍ରମା ଅଗ୍ରୱାଲ ୩୪୦ଖଣ୍ଡ ଭୋଟ ପାଇଥିବା ବେଳେ ସର୍ବମୋଟ ୧୨୭ ଖଣ୍ଡ ଭୋଟ ନୋଟା ସପକ୍ଷରେ ଯାଇଥିଲା । ତେବେ ବିଜେଡ଼ି ର ନିର୍ବାଚିତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ସମସ୍ତ ବିଜୟୀ କାଉନସିଲର ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏଥିରେ ତାଙ୍କ ସମର୍ଥକଙ୍କ ସହ ଶତାଧିକ ଭୋଟର ସାମିଲ ହୋଇଥିଲେ ।