Friday, March 29, 2024

Top 5 This Week

Related Posts

ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୭/୩) : ନୃତ୍ୟ ଓ ସଂଗୀତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣପୁର ର ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ମହା ସମାରୋହ ରେ ପାଳିତ ହୋଇ ଯାଇଛି l

ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଓ ସଂସ୍କୃତି ବିଭାଗ ଭାରତ ସରକାର, ସଂଗୀତ ଏକାଡେମୀ ନୂଆଦିଲ୍ଲୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଭାରତ ସରକାର ଓ ଜ଼ିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆୟୋଜନ ରେ ଅନୁଷ୍ଠିତ ଏହି ଉତ୍ସବ କୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ସୁବର୍ଣ୍ଣପୁର ର ଭେଟେରାନ କଳାକାର ଶ୍ରୀମତୀ କୁନ୍ତୀ ସାହୁ ଉଦଘାଟନ କରିଥିଲେ l0a2f3b53 e7f6 4904 9b9b 24fb30386d07 ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ପାଳିତ

ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ନୂତନ ସଂସ୍କୃତି ଅଧିକାରୀ ମିସ ଯମୁନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ଉପଦେଷ୍ଟା ତଥା ପ୍ରାକ୍ତନ ମାତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗ ଦେଇ ଏ ଅଞ୍ଚଳ ର ଲୋକ କଳା ଓ ଲୋକ ସଂସ୍କୃତି କୁ ପ୍ରଚାର ପ୍ରସାର ମାଧ୍ୟମ ରେ ବଞ୍ଚାଇ ଉଜ୍ଜୀବିତ କରି ରଖିଛି ଏହି ତିହାର ବୋଲି କହିଥିଲେ l

ସକାଳ ୧୦ ଘଣ୍ଟା ବେଳେ ମା ସୁରେଶ୍ୱରୀ ଙ୍କ ମନ୍ଦିର ରେ ପୂଜା ଅର୍ଚନା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଦିବା ୧୨ ଘଣ୍ଟା ରେ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ର ଲୋକ କଳାକାର ଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ସନ୍ଧ୍ୟା ୫ ଘଣ୍ଟା ବେଳେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l37d36964 fe52 42f4 a335 5c95e4af73f6 ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ପାଳିତ

ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରି ସାଂସ୍କୃତିକ ଚେତନା ର ବାର୍ତ୍ତା ବହ ପଏଁରୀ ତିହାର ବୋଲି ମତ ରଖି ମଣିଷ ଜନ୍ମ ଭାଗ୍ୟ ପୁଣି କଳାକାର ହେବା ସୌଭାଗ୍ୟ ଏବଂ ସଂସ୍କୃତି ର ଧାରା ହିଁ ଗୋଟାଏ ଦେଶ ର ଅଭିବୃଦ୍ଧି ର ପରିଚୟ ଦେଇଥାଏ ବୋଲି କହିଥିଲେ l

ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ର ର ନିର୍ଦେଶକ ଶରତ କୁମାର ବେହେରା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଚଳଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟଶ୍ରୀ ଗଦାଧର ବାରିକ, ଅଭିମନ୍ୟୁ କୁଶଳ, ଯୋଗ ଦେଇ କଳାକାର ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲା ର ପଏଁରୀ, ବିନିକା, ମେଣ୍ଡାମାଲ, ଡାଲଡଵା, ବଲାଙ୍ଗୀର ଜ଼ିଲ୍ଲା ର ତୁଷୁରା, ବାରଗଡ଼, ଛତିଶଗଡ଼ ବିଭିନ୍ନ ଜ଼ିଲ୍ଲା ତଥା ରାଜ୍ୟ ରୁ କଳାକାର ଯୋଗ ଦେଇ ଆକର୍ଷଣୀୟ ନାଚ ଗୀତ ପରିବେଷଣ କରିଥିଲେ l

ଅନୁଷ୍ଠାନ ର ସଭାପତି ଲଡ଼ୁ କିଶୋର ମଲ୍ଲିଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା କୁ ସମ୍ପାଦକ ଚୌଧୀରି ବିଭାର ସଂଯୋଜନା କରିଥିଲେ l ଜ଼ିଲ୍ଲା ର ଦଣ୍ଡ ସମ୍ରାଟ ରସିକ ସାହୁ, କୃଷ୍ଣ ଗୁରୁ ସଂଗୀତକାର କୁନ୍ତୀ ସାହୁ, ଓ ଫୋକ ମ୍ୟୁଜିସିଆନ *ନଥିଲା ଖପରଧ୍ଵଜ ଙ୍କୁ ପଏଁରୀ ସମ୍ମାନ ରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ର ସକ୍ରିୟ ସଭ୍ୟ ସନ୍ତୋଷ ମିଶ୍ର, , ସୁଶାନ୍ତ ସାହୁ, ଗୋପାଳ ମେହେର, ପୃଥ୍ୱୀରାଜ ବାଘ, ସନ୍ତୋଷ ପାଢ଼ୀ, ଗୌରୀ ରଥ ପ୍ରମୁଖ ସହଯୋଗ କରିଥିଲେ l ସଭା ଶେଷ ରେ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles