କିନୀଗମ୍ ଠାରୁ ବାଇଡିଗୁଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିମ୍ନ ମାନର : ଗ୍ରାମବାସୀ ତଦନ୍ତ ଦାବି କଲେ

0
453
କିନୀଗମ୍

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୨୯/୦୩) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିନୀଗମ୍ ଠାରୁ ବାଇଡିଗୁଡା ଗ୍ରାମ୍ୟ ଉନ୍ନୟନ ର ରାସ୍ତା ନିର୍ମାଣ ଅତି ନିମ୍ନ ମାନର ବୋଲି କର ଟମ୍ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କାଶୀନଗର ବ୍ଲକ ଅନ୍ତର୍ଗତ କିନୀଗମ ପଞ୍ଚାୟତ ର କିଣିଗମ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ନିର୍ମାଣ (ପିଚୁ) ହେଉଛି । ଏଠାରେ କୌଣସି ବୋର୍ଡ ଲଗା ଯାଇ ନାହିଁ କି କେତେ ଅଟକଳ କରାଯାଇଛି ତାହାର କୌଣସି ସାଇନ୍ ବୋର୍ଡ ଲଗାଯାଇ ନାହିଁ । କିନୀଗମ୍ ଠାରୁ ବାଇଡିଗୁଡା ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ଏତେ ନିମ୍ନ ମାନର ଜେ ରାସ୍ତାରୁ ପିଚୁ ଉଠି ଯାଉଛି । ଲୋକେ ଏହାର ବିରୋଧ କରୁଥିବା ସତ୍ତ୍ୱେ କେହି ଅଭିଯୋଗ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।