ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର

0
196
ବ୍ଲକ ସ୍ତରୀୟ ଜନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୯/୦୩) : ବୌଦ୍ଧ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଗତକାଲି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l63f67e6e 1036 4a7d 97b0 4ad125619074 ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦେବି ପ୍ରସାଦ ଦାସ, ଜନ ଶୁଣାଣୀ କମିଟି ର ସଦସ୍ୟ ବୃନ୍ଦ, ଏମ ଜି ଏନ, ଆର ଜି ଏ ସଂଯୋଜକ ସତ୍ୟଜିତ ସେନାପତି, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର, ବ୍ଲକ ସାମାଜିକ ସମୀକ୍ଷକ, ଗ୍ରାମ୍ୟ ସମ୍ବଳ କର୍ମୀ, ପି ଇ ଓ, ଜି ଆର ଏସ, ମେlଟ ଓ ୨୩ ଟି ଗ୍ରାମ ପଞ୍ଚାୟତ ର ହିତାଧିକାରୀ ଉପସ୍ଥିତ ଥିଲେ l66c59db2 1fed 4a59 a814 2d1af76bd106 ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର

ଉକ୍ତ ଶିବିର ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷାରେ ଦୃଷ୍ଟି ଗୋଚର ହୋଇଥିବା ଅଭିଯୋଗ ଉପସ୍ଥାପନା କରାଯାଇଥିଲା l ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ବିଭାଗ ମାନଙ୍କୁ ନିର୍ଦେଶ ଦେଇଥିଲେ l

ଉପସ୍ଥିତ ଜନ ସାଧାରଣ ମାନଙ୍କ ଅଭିଯୋଗ ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଭାପତି କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ l ଶେଷରେ ଏ ପି ଓ ସଂଜୀବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l