Friday, March 29, 2024

Top 5 This Week

Related Posts

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୯/୩) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ନୂତନ ଟାଉନ ହଲ ସୋନପୁର ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି l05d2f9dc 467e 43f3 976d f2181dbed8bf ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ

ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଙ୍କ ପୌରାହିତ୍ୟ ରେ ଏହି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ -ଡୋଳାମଣି ପଟେଲ, ଡ଼ିଏସ ଡବ୍ଲୁ ଓ – ଗୌରୀମଣି ହାଁସଦା, ବିଭୁ ପ୍ରସାଦ ନନ୍ଦ, ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ , ପ୍ରଦୀପ କୁମାର ଗୁରୁ, ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡି ପି ଏଚ ଓ , ମଞ୍ଜୁରାଣୀ ସିଂହ, ଏ ଡି ପି ଏଚ ଓ ( ଏଫ ଡବ୍ଲୁ ), ଡାକ୍ତର ପଦ୍ମ ହଂସ ଦୋରା, ଏଡି ପି ଏଚ ଓ ( ଟି ବି ), ବିଶ୍ୱମ୍ବର ବେହେରା ଡି ପି ଏମ ( ଏନ ଏଚ ଏମ ), ତରଣୀସେନ ପଧାନ ଏ ଏମ , ଆଶା ଯୋଗ ଦେଇ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ଓ ସେମାନଂକୁ ସାଧୁବାଦ ଜଣାଇଥିଲେ l

ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ତରଣୀ ସେନ ପଧାନ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ବିଭିନ୍ନ ବିଭାଗ ରେ ପୁରସ୍କାର ପ୍ରଦାନ କରାଯାଇଥିଲା l ବେଷ୍ଟ ଆଶା ରେ ପ୍ରଥମ ରେ ଶୈଳସୂତା କୁଅଁର, ଦ୍ଵିତୀୟ ଭୂମିସୂତା ତରିଆ, ତୃତୀୟ ରେ ମଧୁମିତା ଛନ୍ଦ ପୁରସ୍କୃତ ହୋଇଥିଲେ l ସେହିପରି ସୁସ୍ଥ ଗାଁ ଭାବରେ ଖଇରମାଳ, ବହଲପଦର, ପଥରଖଣ୍ଡି, ମାଝୀମୁଣ୍ଡା, ହାପ୍ରିୟାବେର୍ଣ୍ଣା, ଓ ସିଂଦିରିଆବାହାଲ ପୁରସ୍କୃତ ହୋଇଥିଲେ l

ସୁସ୍ଥ ପଞ୍ଚାୟତ ଭାବରେ ଲଛୀପୁର, ବାଙ୍କୀପାଲି ଓ କୋଟସମଲେଇ ପଞ୍ଚାୟତ ପୁରସ୍କୃତ ହୋଇଥିବେଳେ ପରିବାର କଲ୍ୟାଣ ପାଇଁ ଡୁଙ୍ଗୁରିପାଲି ବ୍ଲକ ର ଆଶା କର୍ମୀ ଯଶୋବନ୍ତି ହରିପାଳ, ଉଲୁଣ୍ଡା ବ୍ଲକ ର ଆଶା କର୍ମୀ ବୈଜୟନ୍ତୀ ଦଳାଇ ଓ ନାଇକେନ ପାଲି ( ସୋନପୁର ବ୍ଲକ ) ରୁ ସରୋଜ କୁମାର ଗାନ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପୁରସ୍କୃତ ହୋଇଥିଲେ l

ସୋନପୁର ସ୍ଥିତ ନର୍ସିଙ୍ଗ ସ୍କୁଲ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମୀର କୁମାର ସାହୁ ସଂଗୀତ ପରିବେଷଣ କରିଥିବା ବେଳେ ଉଲୁଣ୍ଡା, ତରଭା ଓ ବିନିକା ସି ଏଚ ସି ର ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନେ ନାଟକ ପରିବେଷଣ କରିଥିଲେ l ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଶେଷରେ ବିଜେତା ଙ୍କୁ ପୁରସ୍କୃତ କରାଯାଇଥିଲା l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles