ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋରାପୁଟ କାୟାକଳ୍ପରେ ପ୍ରଥମ

0
252
ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୩୦/୩) : ଅତିରିକ୍ତ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ବିଶ୍ବାଳ, ବ୍ଲଡ ସେଲ୍ ପରାମର୍ଶ ଦାତା ଶ୍ରୀ ଗିରିଜା ଶଙ୍କର ପଟ୍ଟନାୟକ ଓ ପି.ଏମ୍. ଆଇ.ଡି.ଏଫ୍. ଶ୍ରୀ ଦେବେନ୍ଦ୍ର ପତି ମଙ୍ଗଳବାର ସନ୍ଧ୍ୟାରେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବହିର୍ବିଭାଗ, ଅନ୍ତଃ ବିଭାଗ, ନିରାମୟ, ନିଦାନ, ପ୍ରସୂତି ବିଭାଗ ତଥା ପରିଷ୍କାର ପରିଚ୍ଛନ୍ନତାର ନିରୀକ୍ଷଣ କରିଥିବା ଜଣାପଡିଛି । ଗତ ୩ ବର୍ଷ ଧରି ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରାଜ୍ୟ ସ୍ତରରେ ପୁରସ୍କାର ପାଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସ୍ତରରେ ୪ର୍ଥ ସ୍ଥାନ ସହ କୋରାପୁଟ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ଓଡ଼ିଶା ର ସମୁଦାୟ ୧୭୩ ଟି CHC ପୁରସ୍କୃତ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ର ବୋରିଗୁମ୍ମା, ରାବଣାଗୁଡା, ପଟ୍ଟାଙ୍ଗୀ, ବୈପାରିଗୁଡା, କୁନ୍ଦୁରା ଓ ଲକ୍ଷ୍ମୀପୁର CHC ଯଥାକ୍ରମେ ୪ର୍ଥ, ୧୬ଶ, ୪୬ ତମ, ୭୨ ତମ ୯୦ ତମ ତଥା ୧୪୦ ତମ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।