ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ

0
192
ସ୍ବତନ୍ତ୍ର କିଶୋର ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୩୧/୩) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯକ୍ରମ ରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀ ମାନଙ୍କୁ ଶିଶୁ କେନ୍ଦ୍ରିକ ଯତ୍ନ ଓ ସୁରକ୍ଷା ଆଇନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।14439bee 7a8c 4570 87cd db9a27ed4ba3 ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ସମ୍ମାନିତ ଅତିଥ୍‌ ଭାବରେ ଯୋଗଦେଇ ପୁଲିସ ଅଧିକାରୀ ମାନଙ୍କୁ ଲୋକଙ୍କୁ ଜନ ମଙ୍ଗଳ ସେବା ଯୋଗାଇ ଦେବା ନିମନ୍ତେ ଆନ୍ତରିକ ମନଭାବ ରଖିବାକୁ ପରାମର୍ଶ ଦେଇଥିଲେ । ଶିଶୁ ସୁଲଭ ଥାନା ପ୍ରତିଷ୍ଠା ତଥା ଶିଶୁ ମାନଙ୍କ ଆଇନକୁ କଡା କଡି ଲାଗୁ କରିବାକୁ କହିଥିଲେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ।

ଶ୍ରୀ ଦାଶ ପିପିଟି ମାଧ୍ୟମରେ କିଶୋର ଆଇନ ଓ ଶିଶୁ ଯୌନ ନିର୍ଯ୍ୟାତନା ଆଇନ ରେ ପୁଲିସ ର ଦାୟିତ୍ଵ ଭୂମିକା ଉପରେ ଉପସ୍ଥାପନା କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥ୍‌ ସ୍ଵତନ୍ତ୍ର ପସ୍କୋ ଆଇନ ଜିବୀ ଦଶରଥ ମାହାନା ପସ୍କୋ ଆଇନ ର ସଂଶୋଧନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । କାରାଗାର ବିଶେଷଜ୍ଞ ପରିଦର୍ଶନ କମିଟି ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ଶିଶୁ ମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ କହିଥିଲେ ।

ଶିଶୁ ମଙ୍ଗଳ କମିଟି ର ସଭ୍ୟ ମଧୁ ସୂଦନ ପଧାନ ଶିଶୁ ଯୌନ ନିର୍ଯ୍ୟାତନା ରେ ଶିଶୁ ତଥ୍ୟ କୁ ତର୍ଯ୍ୟମା କରାଯାଇ ପଦକ୍ଷପ ନେବାକୁ ବୁଝାଇଥିଲେ । ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପଧାନ ବାଲ୍ୟ ବିବାହ ଆଇନ ର ବିଭିନ୍ନ ଦିଗ ବିଷୟରେ ଉପସ୍ଥାପନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରମଣି ହାସଦା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡିଏସପି ଏଚଆରପିସି -କେ, ଜୀଶା ତଥା ତରଭା ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ସୋନପୁର ଥାନା ଅଧିକାରୀ ନିରଞ୍ଜନ ଦାଶ, ରାମପୁର ଥାନା ଅଧିକାରୀ ସତ୍ୟ ନାରାୟନ ପ୍ରଧାନ, ବୀରମହାରଜପୁର ପୁଲିସ ଅଧିକାରୀ ଅଞ୍ଜଳି କୁମ୍ଭାର, ଅନିତା କେଡୋ, ବିଏସ ଯାଦବ ଯୋଗଦାନ କରିଥିଲେ, ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ପ୍ରମୁଖ, ଚାଇଲଡ ଲାଇନ, ସଖୀ କାର୍ଯ୍ୟକର୍ତା ପ୍ରଭୁତି ଉପସ୍ଥିତ ଥିଲେ |

ଆଇନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ -କେଶବ ଚନ୍ଦ୍ର ମେହେର ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟାଳୟର ସ୍ଵାଗତରlଜ ମିଶ୍ର, ଥବିର କlଳସାଏ, ବିଶେଶ୍ବର ହୋତା, ସରିତା ସୁନା, ଚଉବନ ସେଠି, ରୁଦ୍ର ମିଶ୍ର, ପ୍ରଶାନ୍ତ ମାହାକୁଡ ସହଯୋଗ କରିଥିଲେ ।