କାଶୀନଗର ଉପ ନଗର ପାଳ କିଏ ?

0
282
କାଶୀନଗର ଉପ ନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୪) : ଆସନ୍ତା ୭ ତାରିଖରେ କାଶୀନଗର ପୌର ପରିଷଦ ପାଇଁ ଉପ ନଗର ପାଳ ନିମନ୍ତେ ନିର୍ବାଚନ ହେବ, ତେଣୁ କାଶୀନଗର ଉପ ନଗର ପାଳ କିଏ ହେବେ ସେ ନେଇ ଏବେ ଠାରୁ ଅଙ୍କ କଷା ଆରମ୍ଭ ହୋଇଯାଇଛି ।

କାଶୀନଗର ଉପ ନଗର ପାଳ ପଦବୀ ପାଇ ବିଜେଡ଼ି ରୁ ୩ ଜଣ ଦାବିଦାର ଅଛନ୍ତି । ସେମାନେ ହେଲେ କେ. ଜିବ ରତ୍ନ, କେ. ରାମ ରାଓ ଓ ଟାଉନ୍ ସଭାପତି ରଘୁରାମ ସାହୁ । ଏମାନଙ୍କ ମଧ୍ୟରୁ କେ. ଜୀବ ରତ୍ନ ହେଉଛନ୍ତି ଜଣେ ଅଭିଜ୍ଞ ରାଜନୀତି ପୃଷ୍ଟ ଭୂମି ଥିବା ବ୍ୟକ୍ତି । ସେ ୧୯୭୮ ଏନ୍ ଏ ସି ଆରମ୍ଭ ରୁ କଂଗ୍ରେସ୍ ର ଜଣେ ପୁରୁଖା ନେତା । ବର୍ତ୍ତମାନ ସେ ୱାର୍ଡ ନମ୍ବର ୮ ରୁ କାଉନସିଲର ଭାବେ ଜିତିଛନ୍ତି ।

ରଘୁରାମ ଜଣେ ଯୁବ ଓ ଦୃଢ଼ ସଂଘଠକ ସେ ମଧ୍ୟ ୱାର୍ଡ ନମ୍ବର ୧୧ ରୁ ପ୍ରତିନିଧିତ୍ଵ କରୁଛନ୍ତି । ଯେତେବେଳେ ଗତ ସାଧାରଣ ନିର୍ବାଚନ ରେ ପାରଳା ବିଧାନସଭା ରୁ ବିଜେଡ଼ି ବିଧାୟକ ଥିବା କେ. ନାରାୟଣ ରାଓ ବିଜେଡ଼ି ଛାଡ଼ି ବିଜେପି କୁ ଚାଲିଗଲେ ସେତେବେଳେ ମଧ୍ୟ ସେ ବିଜେଡ଼ି କୁ ଛାଡି ନଥିଲେ । ଏଣୁ ତାଙ୍କ ପ୍ରଥିତ୍ଵ ପ୍ରତି ଦଳ ବିଚାର କରିବା କଥା । ଆଉ ଜଣେ ଅଭିଜ୍ଞ ରାଜନୀତି କରୁଥିବା କେ. ରାମା ରାଓ ମଧ୍ୟ ଜଣେ ଦାବିଦାର ଅଟନ୍ତି । ଏଣୁ ଦଳ ଓ ହାଇ କମାଣ୍ଡ କାହାକୁ ନିଶ୍ଚୟ କରିବ ଦେଖିବାକୁ ବାକି ରହିଲା ।