Friday, March 29, 2024

Top 5 This Week

Related Posts

କୋଟପାଡ଼ ବସଷ୍ଟାଣ୍ଡରେ ଆହାର କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୧/୪) : କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି) ତରଫରୁ ଆଜି କୋଟପାଡ଼ ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରର ୭ମ ଜନ୍ମ ଦିବସ ପାଳନ ହୋଇଯାଇଛି ।8922c55b f21b 463b a27b 28ee744a23d0 କୋଟପାଡ଼ ବସଷ୍ଟାଣ୍ଡରେ ଆହାର କେନ୍ଦ୍ର ର ବାର୍ଷିକ ଉତ୍ସବ ପାଳିତ

ଏହି ଅବସରରେ କୋଟପାଡ଼ର ସମସ୍ତ ନବ ନିର୍ବାଚିତ କାଉନ୍ସିଲରଙ୍କ ସହ ନବନିର୍ବାଚିତ ଅଧ୍ୟକ୍ଷ (ଚେୟାରମେନ) ଶ୍ରୀ ଏମ. ଶଙ୍କର ରାଓ ତଥା ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଖରାଙ୍କ ସମେତ ସମସ୍ତ କର୍ମଚାରୀ କୋଟପାଡ଼ ବସଷ୍ଟାଣ୍ଡରେ ଉପସ୍ଥିତ ରହିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ର ଉତ୍ତର ଦେଇ ଶ୍ରୀ ରାଓ ଆଗାମୀ ଦିନରେ ପ୍ରତି ୱାର୍ଡରେ ଗରିବ ଲୋକଙ୍କୁ ମିଳୁଥିବା ଚାଉଳ ନିଜ ୱାର୍ଡରେ ସୁବିଧାରେ ଉପଲବଧ ହେବା ସହ ବୃଦ୍ଧବୃଦ୍ଧା ପେନସନ ସୁବିଧାରେ ପାଇ ପାରିବେ ତାହାର ବ୍ୟବସ୍ତା ଏନଏସି ତରଫରୁ କରାଯିବ ବୋଲି ଉତ୍ତର ଦେଇଥିଲେ ।

ଗତ ଦୁଇ ଦିନ ତଳେ ନିମ୍ନ ମାନର ଆହାର ପରିବେଷଣକୁ ନେଇ ଏକ ଭିଡିଓ ଭାଇରଲ ହୋଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ରାଓ କହିଥିଲେ ଯେ ଏହି ରନ୍ଧା ଖାଦ୍ୟ ବାହାରୁ ଆସୁଛି କିନ୍ତୁ ବହୁତ ଶୀଘ୍ର ଏହା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିବେଷଣ କରାଯିବ ବୋଲି ଶ୍ରୀ ରାଓ ସାମ୍ବାଦିକ ମାନଙ୍କ ନିକଟରେ ନିଜ ଉତ୍ତର ରଖିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଖରା ସାମ୍ବାଦିକ ମାନକୁ କହିଲେ ଆଜି ହେଉଛି ଏହି ଆହାର କେନ୍ଦ୍ର ର ୭ମ ଜନ୍ମ ଦିବସ, ଏଥି ସହିତ ଓଡିଶା ଓ କୋରାପୁଟ ଜିଲ୍ଲା ର ମଧ୍ୟ ଆଜି ଜନ୍ମ ଦିବସ ଥିବାରୁ ଏହା ଆମ ପାଇଁ ଏକ ଗୌରବ ର ଦିନ ବୋଲି ନିଜର ମତ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ବିଷୋୟୀ, ସଲମା ବେଗମ୍, ପ୍ରଶାନ୍ତ କଛିମ୍, ଟି. ତୁଳସୀଦାସ ଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles