ତେଲୁଗୁ ନବ ବର୍ଷ ଉପଲକ୍ଷେ ଶ୍ରୀ ମଦନ ମୋହନ ମନ୍ଦିରରେ ନୂତନ ତେଲୁଗୁ ପଞ୍ଜିକା ପାଠ

0
181
ତେଲୁଗୁ ନବ ବର୍ଷ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୨/୦୪) : ପ୍ରତ୍ୟେକ ବର୍ଷ ଉଗାଦୀ ଉତ୍ସବ ତେଲୁଗୁ ସମ୍ପ୍ରଦାୟ ର ଲୋକେ ସେମାନଙ୍କ ତେଲୁଗୁ ନବ ବର୍ଷ ରୂପେ ପାଳନ କରିଥାନ୍ତି । ଏହି ପରମ୍ପରା ବହୁ ବର୍ଷ ହେଲା ଏହି ମନ୍ଦିରରେ ପାଳିତ ହୋଇଆସୁଛି ।

ତେଲୁଗୁ ନବ ବର୍ଷ ଉପଲକ୍ଷେ ତେଲୁଗୁ ସମ୍ପ୍ରଦାୟ ର ପୁରୋହିତ ଶ୍ରୀ ଶଶୀ ଭୂଷଣ ମିଶ୍ର ଏମାନି ସିଧନ୍ତିଙ୍କ ପଞ୍ଜିକା ପାଠ କରିଛନ୍ତି । ଶନି ଗ୍ରହ ରାଜା ବୃହସ୍ପତି ମନ୍ତ୍ରୀ ଶୁକ୍ର ପଚି ପାଳକ, ବଳରାମ ଗୋଧନ, ଏକ ମାନ ବର୍ଶା, ହେବ ବୋଲି ପଞ୍ଜିକା କହୁଛି । ଚଳିତ ବର୍ଷ ଦୁର୍ବିପାକ ନାହିଁ, ଦେଶ ରେ ଶାନ୍ତି ବଜାୟ ରହିବ । ଏହା ଶୁଣିବା ପାଇଁ ଅଖ ପାଖ ର ବହୁ ତେଲୁଗୁ ଲୋକ ମନ୍ଦିର ରେ ପହଞ୍ଚନ୍ତି । ଟ୍ରଷ୍ଟି ଜଗଦୀଶ ପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ପଞ୍ଜିକା ର ପୂଜା କରିଥିଲେ ।

ଏହି ଦିନ ତେଲୁଗୁ ଲୋକେ ସକାଳୁ ଗାଧୁଆ ସାରି ନୂତନ ବସ୍ତ୍ର ପରିଧାନ କରନ୍ତି।ଠାକୁର ଙ୍କୁ ପୂଜା କରନ୍ତି । ଏହିଦିନ ସେମାନେ ଆମ୍ବ ଓ ପିତା ଖାଇ ଥାଆନ୍ତି । ଗାଁ ଗହଳି ରେ ଲୋକେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି । ପିଠା ପଣା ରେ ସାହି ଦାଣ୍ଡ ଦୁଲୁକାଇ ଉଠେ । ନିଜର ଜ୍ଞାତି ଓ ବନ୍ଦୁଙ୍କୁ ଶୁଭେଚ୍ଛା ଜଣାଇ ଥାଆନ୍ତି । ଦୋଳ ପରେ ଏହା ଏକ ତେଲୁଗୁ ମାନଙ୍କର କୃଷି ଭିତ୍ତିକ ପର୍ବ ।