ଆଜି ବନ୍ଧୁତା ଦିବସ : ସମ୍ପର୍କରେ ସୀମାରେଖା ଟାଣିଛି ମହାମାରୀ କରୋନା

0
167

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୮) : ଆଜି ବନ୍ଧୁତା ଦିବସ । ସ୍କୁଲ କଲେଜ ରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାନ୍ତା ।

କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାନ୍ତା ତ ଆଉ କିଏ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତା । ପୁଣି କିଏ କେକ୍‌ କାଟି ଆଜି ବନ୍ଧୁତା ଦିବସ କୁ ଧୁମ୍‌ଧାମରେ ପାଳନ କରିଥାନ୍ତା । ହେଲେ ମହାମାରୀ କରୋନା ବନ୍ଧୁତାର ସମ୍ପର୍କ ମଧ୍ୟରେ ଏକ ସୀମାରେଖା ଟାଣି ଦେଇଛି । ପୁରୁଣା ବନ୍ଧୁଙ୍କୁ ମନେପକାଇବାକୁ ଆସିଛି ପୁଣି ଏକ ସୁଯୋଗ ।

ବନ୍ଧୁତା ରକ୍ତ ର ସମ୍ପର୍କକୁ ବି ପଛରେ ପକେଇ ଦିଏ । ପରିବାରର ମୋହମାୟାଠୁ ଢେର ଉପରେ ଏ ସମ୍ପର୍କ । କେଉଁଠି ତ୍ୟାଗର ଉଦାହରଣ ପାଲଟିଛି ତ ଆଉ କେଉଁଠି ସଫଳତାର ପରିଭାଷା ସାଜିଛି ବନ୍ଧୁତା । ଦୁଇ ବର୍ଷ ହେଲା ବନ୍ଧୁମାନଙ୍କୁ ଏକାଠି କରାଇ ଦେଉନି । ତଥାପି ପ୍ରକୃତ ବନ୍ଧୁତାକୁ ମାଟିରେ ମିଶାଇପାରିନି ।