Friday, March 29, 2024

Top 5 This Week

Related Posts

ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ ଏକ୍ସଇ : ଓମିକ୍ରମ ଅପେକ୍ଷା ଏହା ୧୦ ଗୁଣ ଅଧିକ ସଂକ୍ରାମକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୦୪) : କରୋନାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଥିବା ବେଳେ ଏକ ଚିନ୍ତାଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ ଏକ୍ସଇ । ମାର୍ଚ୍ଚ ଶେଷ ସପ୍ତାହରେ ସାରା ବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱ ର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ ରୁ ୨୭ ରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ କମିଯାଇଛି । ଯାହା ଏକ ଆଶ୍ୱସ୍ତିକର ଖବର ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କରୋନା ର ଏକ ନୂଆ ଭାରିଆଂଟ- ଏକ୍ସଇ ଆଗକୁ ଚିନ୍ତା ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । କାରଣ କରୋନା ର ଓମିକ୍ରନ ଭାରିଆଂଟ ଅପେକ୍ଷା ଏହା ୧୦ ଗୁଣା ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।

– ମାର୍ଚ୍ଚ ୨୧ ରୁ ୨୭ ମଧ୍ୟରେ ବିଶ୍ୱରେ ପ୍ରାୟ ୧ କୋଟି ଲୋକ କରୋନା ସଂକ୍ରମିତ
– ଏହି ସପ୍ତାହରେ ସାରାବିଶ୍ୱରେ ୪୫ ହଜାର କରୋନା ଜନିତ ମୃତ୍ୟୁ ରେକର୍ଡ
– ଚୀନ ଓ କୋରିଆ ସମେତ ଜର୍ମାନୀ, ଫ୍ରାନ୍ସ, ଇଟାଲି, ଭିଏତନାମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ
– ଆମେରିକା ଓ ଚିଲିରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ରେକର୍ଡ
– ଡବ୍ଲୁଏଚଓ ସୂଚନା ଅନୁସାରେ ଓମିକ୍ରନ ଓ ଡେଲ୍ଟା ଭୂତାଣୁ ର ପ୍ରଭାବ ଅଧିକ ଦେଖିବାକୁ ମିଳିଛି
– ଜାନୁଆରୀ ୧୯ ରେ ଇଂଲଣ୍ଡରେ ପ୍ରଥମେ ଚିହ୍ନଟ ହୋଇଥିଲା କରୋନାର ନୂଆ ଭୁତାଣୁ- ଏକ୍ସଇ
– ଓମିକ୍ରନ ଭୂତାଣୁର ବିଏ-୧ ଏବଂ ବିଏ-୨ ମିଶ୍ରଣରେ ଏହି ନୂଆ ଭୂତାଣୁ ର ଉତ୍ପତ୍ତି ହୋଇଛି
– ଓମିକ୍ରମ ଭୂତାଣୁ ଅପେକ୍ଷା ଏହା ୧୦ ଗୁଅ ଅଧିକ ସଂକ୍ରାମକ ବୋଲି କହିଛି ଡବ୍ଲୁଏଚଓ
– ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୬୦୦ ରୁ ଅଧିକ ଲୋକଙ୍କ ଠାରେ ଏକ୍ସଇ ଭୂତାଣୁ ଚିହ୍ନଟ ହୋଇଛି

Popular Articles