ପାର୍କର ପରିମଳ ବ୍ୟବସ୍ଥା ଠିକ କଲେ ନୂତନ ପୌରଧ୍ୟକ୍ଷା, ମନ୍ତ୍ରୀ ଥିଲେ ବି ଲାଭ କଣ ?

0
217
ପାର୍କର ପରିମଳ ବ୍ୟବସ୍ଥା

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୩/୦୪) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ନେଇ ବାରମ୍ବାର ଦୃଢ ଦାବି ହୋଇଆସୁଛି । ଜିଲ୍ଲା ଦାବି ପୂରଣ ସହ ଓ ପାନୀୟ ଜଳ ସମସ୍ୟା ନେଇ କାର୍ଯ୍ୟ ଆଗେଇ ଚାଲିବା ଓ ମୁଖ୍ୟମନ୍ତ୍ରୀ ବଡ଼ ଧରଣର ଅନୁଦାନ ନିର୍ବାଚନ ପୂର୍ବରୁ ପ୍ରଦାନ କରିଛନ୍ତି । ପାର୍କର ପରିମଳ ବ୍ୟବସ୍ଥା ଠିକ କଲେ ନୂତନ ପୌରଧ୍ୟକ୍ଷା ।

ହେଲେ ଉଭୟ ସମସ୍ୟା ର ସମାଧାନ ହୋଇ ପାରୁନି । ଟିଟିଲାଗଡ଼ କୁ ଆକାର ଓ ଆୟତନ ଦୃଷ୍ଟି ରୁ ପୌର ପରିଷଦ ମାନ୍ୟତା ଦିଆ ଯାଇଥିବା ବେଳେ ସେ ଅନୁଯାୟୀ ବିଭିନ୍ନ ସମସ୍ୟା ଅଧିକ ଉତ୍କଟ ରୂପେ ସାଧାରଣଙ୍କୁ ନୟାନ୍ତ କରିଦେଇଛି । ପାର୍କର ପରିମଳ ବ୍ୟବସ୍ଥା ଠିକ କଲେ ନୂତନ ପୌରଧ୍ୟକ୍ଷା । af863b43 1577 4424 ad44 02fc3930940c ପାର୍କର ପରିମଳ ବ୍ୟବସ୍ଥା ଠିକ କଲେ ନୂତନ ପୌରଧ୍ୟକ୍ଷା, ମନ୍ତ୍ରୀ ଥିଲେ ବି ଲାଭ କଣ ?

ଏ ପରିସ୍ଥିତିରେ ପୌର ପରିଷଦ ନିର୍ବାଚନ ହୋଇଥିବା ଓ ଅଧ୍ୟକ୍ଷା ପଦରେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତି ଜୈନ ସ୍ଥାନୀୟ ଏକ ପାର୍କର ପରିମଳ କାର୍ଯ୍ୟ କରେଇଥିବା ଦେଖାଯାଇଛି । ସେ ନିଜ ଦଳ ତରଫରୁ ଶାସକ ଦଳର ବିଧାୟିକ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହି ସୁଦ୍ଧା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରି ନ ଥିବା ଦେଖାଦେଇଛି ।

ଏ ସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନର ନିର୍ବାଚନ ଓ ଫଳାଫଳ ପରେ ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ଜୈନ ନିଜେ ଦଳ ତରଫରୁ ଛାଡି ପ୍ରଚାର, ପ୍ରସାର ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥିବା ଏପରିକି ଏକ,ଏକ ରୁପା ମୁଦ୍ରା ଓ ମିଠା ବାଣ୍ଟିବା ଚର୍ଚ୍ଚା ଜୋର ଧରିଛି । ଏଥିରେ ସେ କେଉଁ କାରଣରେ ଏମିତି ଖର୍ଚ୍ଚ କାହା ସ୍ୱାର୍ଥରେ କଲେ ପ୍ରଶ୍ନବାଚୀ ?

ବର୍ତ୍ତମାନ ଉତ୍କଳ ଦିବସ ପରେ ସେ ଏକ ପାର୍କର ପରିମଳ ବ୍ୟବସ୍ଥା ତଦାରଖ କରି ସଫେଇ କରେଇଥିବା ଦେଖାଯାଇଛି । ଏହା ମିଥ୍ୟା ବାହାବା ନେଵା ନା ଜନ ମଙ୍ଗଳ ଭାବ ସମୟ କହିବ । ବର୍ତ୍ତମାନ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବା, ବୁଲା ଗାଈ, ଗୋରୁ ସମସ୍ୟା, ହାଟପଦା ବଜାର ର ଅର୍ଦ୍ଧ ନିର୍ମିତ ଡ୍ରେନେଜ ବ୍ୟବସ୍ଥା ଓ ପ୍ରଚଣ୍ଡ ଖରା ରେ ଭିଡ଼ ଭିତରେ ଦୂର,ଦୁରାନ୍ତ ର ଗରିବ ଦୋକାନୀ ଓ ବ୍ୟବସାୟୀ ଦୁର୍ଦ୍ଦଶା ଭୋଗିବା ପରି ଅସଂଖ୍ୟ ସମସ୍ୟା ସହ ଗୋରୁବଜାର ର ପୁନରୁଦ୍ଧାର ବ୍ୟବସ୍ଥା ର ସମାଧାନ ଦାବି ହେଉଛି ।