ରାୟଗଡା ସହରରେ ବିଶୁଦ୍ଧ ପାନୀୟ ଜଳ ର ଅପଚୟ : ଉପରମୁଣ୍ଡ ସହରବାସିନ୍ଦାଙ୍କୁ ପାଣି ମିଳୁ ନାହିଁ

0
414

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୧/୦୮) : ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରକୁ ଯୋଗାଇ ଦିଆଯାଉଥିବା ରାୟଗଡା ସହରରେ ବିଶୁଦ୍ଧ ପାନୀୟ ଜଳ ପାଇପଗୁଡିକ ସ୍ଥାନେ ସ୍ଥାନେ ଫାଟି ପାନୀୟଜଳର ଅପଚୟ ହେଉଥିବା ଦେଖିବାକୁ ମିଳିଛି l

ବହୁମାତ୍ରାରେ ରାୟଗଡା ସହରରେ ବିଶୁଦ୍ଧ ପାନୀୟ ଜଳ ଏହିପରି ବୋହିଯାଉଥିବା ଯୋଗୁଁ ଉପରମୁଣ୍ଡରେ ଥିବା ସହରବାସିନ୍ଦା ଯଥାଚିତ ପରିମାଣର ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି l ଏପରିକି ଲଗାଣ ବର୍ଷା ହେଲେ କାଦୁଅ ପାଣି ମଧ୍ୟ ଆସିଯାଉଛି ପାଇପ ଲାଇନରେ ଏ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ।7902e3fb d005 408f 963d 194fe4adc999 ରାୟଗଡା ସହରରେ ବିଶୁଦ୍ଧ ପାନୀୟ ଜଳ ର ଅପଚୟ : ଉପରମୁଣ୍ଡ ସହରବାସିନ୍ଦାଙ୍କୁ ପାଣି ମିଳୁ ନାହିଁ

ଦୀର୍ଘ ଦୁଇତିନି ମାସ ଧରି ରାୟଗଡ଼ା ଟ୍ରେଜେରୀ ନିକଟରେ ଥିବା ପାଇପଲାଇନ ଫାଟି ପାଣି ବୋହିଯାଉଥିବା ଯୋଗୁଁ ବର୍ତ୍ତମାନ ସହରରେ ପାନୀୟଜଳ ଉତ୍କଟ ଅଭାବ ଦେଖାଦେଇଛି l ଅନ୍ୟ ପଟେ ରାସ୍ତାରେ ଅହରହ ପାଣି ବୋହୁଥିବାଯୋଗୁଁ ରାସ୍ତାଗୁଡିକ ସବୁବେଳେ କାଦୁଅ ହୋଇରହୁଛି। ଯେହେତୁ ଜନସାଧାରଣ ଯାତାୟାତ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ, ସଠିକଭାବେ ବର୍ଷାଜଳ ନିର୍ଗତ ହୋଇପାରୁନଥିବା ଏବଂ ପାଇପ ଲାଇନ ଫାଟି ପାଣି ବୋହୁଥିବା ଅସୁବିଧାକୁ ଦ୍ବିଗୁଣିତ କରୁଛି l

a4b25dda d030 4699 850a 1a5df24e73c7 ରାୟଗଡା ସହରରେ ବିଶୁଦ୍ଧ ପାନୀୟ ଜଳ ର ଅପଚୟ : ଉପରମୁଣ୍ଡ ସହରବାସିନ୍ଦାଙ୍କୁ ପାଣି ମିଳୁ ନାହିଁରାୟଗଡ଼ା ସହର ଟ୍ରେଜେରୀ ନିକଟରେ ଯେଉଁଠାରେ ପାଇପ ଲାଇନ ଫାଟି ରାସ୍ତାରେ ପାଣି ବୋହି ଯାଉଛି ସ୍ଥାନୀୟ ବାସିନ୍ଦା ସେହି ସ୍ଥାନରେହିଁ ଅଳିଆବର୍ଜନା ନେଇ ପକାଉଛନ୍ତି l ଯାହାଦ୍ୱାରା କି ଅଳିଆ ଆବର୍ଜନା ର ଦୂର୍ଗନ୍ଧ ଯୁକ୍ତ ପାଣି ପାଇପ ଲାଇନ ଭିତରେ ଚାଲିଯାଇ ନାହିଁ ନ ଥିବା ରୋଗର ସମ୍ମୁଖୀନ ହେବାର କାରଣ ହୋଇପାରେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମୁଖ୍ୟ ପାଇପଲାଇନ ଫାଟି ଦୀର୍ଘ ଦିନ ହେଲାଣି ପାଣି ରାସ୍ତାରେ ବୋହିଯାଉଛି l ଏହିପରି ଏକ ବିକଟ ସମସ୍ୟା ପ୍ରତି କାହାରି ନିଘାନାହିଁ l

ଏପଟେ ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ ସମସ୍ୟା ଦେଖାଦେଇଥିବା ବେଳେ ପରିମଳ ପ୍ରତି ତଥା ବିଶୁଦ୍ଧ ଶୁଦ୍ଧତାପ୍ରତି ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗପଦକ୍ଷେପ ନେବା ଜରୁରୀ ହୋଇ ପଡିଛି। ବର୍ଷାଋତୁ ରୋଗ ର ଭୟ ସୃଷ୍ଟି କରିଥାଏ । ଆଗାମୀଦିନରେ ରାୟଗଡା ବାସିନ୍ଦାଙ୍କୁ ଯେପରି ଡେଙ୍ଗୁ ମ୍ୟାଲେରିଆ ଭଳି ଉତ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ଼ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଅପରପକ୍ଷେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହି ପାଇପ ଲାଇନ ର ଅତିଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ ସାରଦା ପ୍ରସନ୍ନ ନାୟକ ପ୍ରତିଶୃତି ଦେଇଛନ୍ତି l