ଗଜପତି ନୂଆ ଜିଲ୍ଲାପରିଷଦ ଅଧ୍ୟକ୍ଷ, ପୌର ଅଧ୍ୟକ୍ଷ ମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଭେଟିଲେ

0
309
ଗଜପତି ନୂଆ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୪ /୦୪) : ପୌର ନିର୍ବାଚନ ଓ ପଞ୍ଚାୟତ ର ତ୍ରିସ୍ତରୀୟ ନିର୍ବାଚନ ପରେ ଗଜପତି ନୂଆ ଅଧ୍ୟକ୍ଷ ଓ ପୌର ଅଧ୍ୟକ୍ଷା ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଓ ଗଜପତି ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ଙ୍କୁ ସାକ୍ଷାତ କରିଥିବା ଜଣାପଡିଛି ।

ଗଜପତି ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ଏମ୍ ସୁଧା ରାଣୀ , ଗୋଷାଣୀ ଅଧ୍ୟକ୍ଷ , ଗଜପତି ରାଓ, ଲୋକ ନାଥ ଏସ କଲ୍ୟାଣୀ ଆଜି ଭୁବନେଶ୍ୱର ଠାରେ ନବୀନ ନିବାସ କୁ ଯାଇ ଶୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏମାନଙ୍କୁ ନେଇ ଡ଼ା ତିରୁପତି ପାଣିଗ୍ରାହୀ ସାକ୍ଷାତ କାର ବ୍ୟବସ୍ଥା କରିଥିଲେ । ଆସନ୍ତା ୭ ତାରିଖ ରେ ପୌର ଉପାଧ୍ୟକ୍ଷ ନିର୍ବାଚନ ଅଛି, ଏଣୁ ଏହି ସାକ୍ଷାତ କାର ଏକ ଚର୍ଚ୍ଚା ର ବିଷୟ ହୋଇ ରହିଛି ।