ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଶାଖାର ଆଭାସୀ ମାଧ୍ୟମରେ ଉଦଘାଟନ ଓ ଆଲୋଚନା ଚକ୍ର

0
227

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୦୧/୦୮) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଓଡିଶା ଆନୁକୂଲ୍ୟରେ ନବରଙ୍ଗପୁର ଶାଖା ତରଫରୁ କ୍ରାନ୍ତି ସଂସ୍କୃତି ଓ ସମ୍ଭାବନା ବିଷୟ କ୍ରମରେ ଚଳିତ ମାସରେ ଉପାନ୍ତ ଅଂଚଳରେ ମାତୃ ଭାଷାରେ ଶିକ୍ଷା ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ଓପେପା ଜିଲ୍ଲା ଯୋଜନା ସଂଯୋଜକ ଡ଼ଃ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପୌରାହିତରେ ଆୟୋଜିତ ଆଜି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଶାଖାର ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଫୁଲ୍ଲ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ଡ଼ଃ ଷଡ଼ଙ୍ଗୀ ନବରଙ୍ଗପୁର ଜିଲ୍ଲାର ଗାରିମା ଏହି ଜିଲ୍ଲା ସହିତ ଜଡିତ କ୍ରାନ୍ତି, ସଂସ୍କୃତି ଓ ସମ୍ଭାବନାର ବିଭିନ୍ନ ଦିଗ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥି ଡ଼ଃ ପ୍ରଦୀପ କୁମାର ମିଶ୍ର ଜିଲ୍ଲାର ଉପାନ୍ତ ଅଂଚଳରେ ମାତୃଭାଷାର ଶିକ୍ଷାଦାନର ଆବଶ୍ୟକତା, ସମ୍ଭିଧାନିକ ବ୍ୟବସ୍ଥା, ବିଦ୍ୟାଳୟ ସ୍ତରରେ ମାତୃଭାଷାରେ ଶିକ୍ଷାଦାନର ବିବିଧ ସମସ୍ୟା ଓ ସେ ସବୁର ସମାଧାନ କିପରି ହେବ ସେ ବିଷୟରେ କହିଥିଲେ। ଏହିପରି କାର୍ଯ୍ୟକ୍ରମକୁ ପ୍ରତିମାସ ୩୦ ତାରିଖରେ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷରେ ଶିକ୍ଷାବିତ ରତିକାନ୍ତ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନରେଶ ଚନ୍ଦ୍ର ପଟନାୟକ, ରାଜୀବ ପଣ୍ଡା, ଏବଂ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଉମରକୋଟର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।