ରଘୁରାମ ସାହୁ ହେବେ କାଶୀନଗର ଉପାଧ୍ୟକ୍ଷ

0
228
ରଘୁରାମ ସାହୁ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୪) : ଗଜପତି ଜିଲ୍ଲା ର ଏକ ମାତ୍ର ଏନ୍ ଏ ସି ର ଉପାଧ୍ୟକ୍ଷ ନିର୍ବାଚନ ଆଜି ହେବ । ଏଣୁ ସମସ୍ତଙ୍କ ରେ ଉଛୁକତା ବୃଦ୍ଧି ପାଉଛି । ରଘୁରାମ ସାହୁ ହେବେ କାଶୀନଗର ଉପାଧ୍ୟକ୍ଷ !

ଗତ କାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଠାରେ ଦଳ ର ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ସେଠାରେ କାଶୀନଗର ପାଇଁ ଶ୍ରୀ ରଘୁରାମ ସାହୁ ଙ୍କୁ ଏହି ପଦବୀ ରେ ବସାଇବା ପାଇଁ ଏକ ପ୍ରକାର ନିଶ୍ଚୟ ହୋଇଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ପ୍ରକାଶ । କିନ୍ତୁ ଦଳ ୱିପ ଜାରି କରିଛି । ଦଳ ବିରୋଧୀ କାର୍ଯ୍ୟ ଯିଏ କରିବେ ତାଙ୍କ ସଭ୍ୟ ପଦ ମଧ୍ୟ ବଜ୍ୟପ୍ତି ହେବ ।

ନିର୍ବାଚନ ବେଳେ ଦଳ ତରଫରୁ ଏଜେନ୍ତ୍ ରହିବେ । ତାଙ୍କୁ ଦେଖାଇ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ବିରୋଧୀ ଦଳ ରେ ଦୁଇ ଜଣ ରହିଥିବାରୁ ସେମାନେ ପ୍ରାର୍ଥୀ ପତ୍ର ମଧ୍ୟ ଦାଖଲ କରି ପାରିବେ ନାହିଁ ।