ମୋ ସେବା କେନ୍ଦ୍ରରେ ତାଲା : ବେଆଇନ ଦଖଲ ବୋଲି ସରପଞ୍ଚଙ୍କ ଅଭିଯୋଗ

0
180
ମୋ ସେବା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୪) : କାଶୀନଗର ବ୍ଲକ ର କେ. ସୀତାପୁର ଗ୍ରାମରେ ପଞ୍ଚାୟତ ତରଫରୁ ଏକ କୋଠା ନିର୍ମାଣ ହେଉଛି । ଏହାର ନିର୍ମାଣ ସରି ନାହିଁ, କି ପଞ୍ଚାୟତ କୁ ହସ୍ତାନ୍ତର ହୋଇନାହିଁ । କିନ୍ତୁ ଏଠାରେ ମୋ ସେବା କେନ୍ଦ୍ର ଖୋଲା ଯାଇଛି ।

କିନ୍ତୁ ଅବୈଧ ଭାବେ ଜଣେ ବ୍ୟକ୍ତି ପାର୍ଶ୍ଵ ରି ବିଦ୍ୟୁତ୍ ଆଣି ଏକ ମୋ ସେବା କେନ୍ଦ୍ର କାହାର ଆଯାନତ ରେ ଆରମ୍ଭ କରିବାରୁ ଗ୍ରାମ ବାସୀ ଏହାର ବିରୋଧ କରି କେନ୍ଦ୍ରରେ ତାଲା ପକାଇ ଛନ୍ତି । ସରପଞ୍ଚ କେ. ତେଜେଶ୍ଵର କହିଛନ୍ତି କି ଏହି କାର୍ଯ୍ୟ ର ଫାଇଲ ମଧ୍ୟ ମିଳିନାହିଁ । ଏହି କାର୍ଯ୍ୟ ର ଫାଇଲ ପ୍ରଥମେ ପଞ୍ଚାୟତ କୁ ହସ୍ତାନ୍ତର କରିବା କଥା । ଏଣୁ ବିଭାଗ ର କତୃପକ୍ଷ ଦୃଷ୍ଟି ଦେବେ ବୋଲି ଜନ ସାଧାରଣ ଦାବୀ କରିଛନ୍ତି ।