କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଚୁଲି ଭାଙ୍ଗିଲେ : ପଢନ୍ତୁ କ’ଣ କହୁଛନ୍ତି ପରିବାର ଲୋକ

0
223
କାହିଁକି ମହାପ୍ରଭୁ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୭/୦୪) : କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଚୁଲି ଭାଙ୍ଗିଲେ ଜଗନ ମହାପାତ୍ର ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ପରିବାର ଲୋକେ ଏ ନେଇ ମୁହଁ ଖୋଲିଛନ୍ତି । ତାଙ୍କ ବାପା ମାଆ ଓ ସଂପର୍କୀୟମାନେ ଜଗନଙ୍କ ବିଷୟରେ ଅନେକ କଥା କହିଛନ୍ତି ।

କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଚୁଲି ଭାଙ୍ଗିଲେ ଜଗନ ମହାପାତ୍ର ? ସେମାନେ କହିଛନ୍ତି, ଜଗନଙ୍କର ଟିକିଏ ମାନସିକ ବିକୃତି ର ଲକ୍ଷଣ ରହିଛି । ଖରା ଦିନେ ଏଭଳି ଲକ୍ଷଣ ଦେଖିବାକୁ ମିଳେ । ଜଗନ ସବୁବେଳେ ଠାକୁରଙ୍କ କଥା ଓ କାର୍ଯ୍ୟକ୍ରମରେ ସମୟ ବିତାନ୍ତି । ଅନେକ ସମୟ ତାଙ୍କର ମନ୍ଦିରରେ ହିଁ ବିତେ । କିନ୍ତୁ ଯଦି ପୂଜା କିମ୍ବା ଅନ୍ୟ କଥାରେ ଅସଂଗତି ଓ ବ୍ୟତିକ୍ରମ ଦେଖିନ୍ତି ସେ କୁଆଡେ ରାଗି ଯାଆନ୍ତି । ତେବେ କାହାକୁ କୌଣସି କ୍ଷତି କରନ୍ତି ନାହିଁ କେବଳ ଠାକୁରଙ୍କ ଚିନ୍ତାରେ ସମୟ ବିତାନ୍ତି । ପରିବାର ଲୋକଙ୍କ ଏପରି ବୟାନ ପରେ ରୋଷ ଘର ଚୁଲି ଭଙ୍ଗା ଘଟଣା ରହସ୍ୟ ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି ।argusnews card 46a9dfaa 62ff 482e 9fbb 842ed626349a optimal କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଚୁଲି ଭାଙ୍ଗିଲେ : ପଢନ୍ତୁ କ’ଣ କହୁଛନ୍ତି ପରିବାର ଲୋକ

ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଲେ । ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି, ସେ ଏଭଳି କହିଥିବା ସୂଚନା ଦେଇଛନ୍ତି ପୁରୀ ଏସ୍ପି । ଅଭିଯୁକ୍ତ ଜଣଙ୍କ ହେଉଛି ଖୋର୍ଦ୍ଧା ଜିଲ୍ଲା ୩୦ ବର୍ଷୀୟ ଜେ.ମହାପାତ୍ର । ଘଟଣା ର ତଦନ୍ତ ଚାଲିଥିବାରୁ ଅଭିଯୁକ୍ତର ସଂପୂର୍ଣ୍ଣ ପରିଚୟ ଦେଇନାହାନ୍ତି ଏସ୍ପି । ହେଲେ ଯେତିକି ସୂଚନା ଦେଇଛନ୍ତି ତାହ ଘଟଣା ଉପରୁ ପରଦା ଉଠାଇବା ବଦଳରେ ଆହୁରୀ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏସ୍ପି କହିଛନ୍ତି, ଗିରଫ ଜେ ମହାପାତ୍ର ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । କିଛି ସମୟ ମନ୍ଦିରରେ ବୁଲିଥିଲେ, ସଫେଇ ମଧ୍ୟ କରିଥିଲେ । ହେଲେ ଅଶ୍ୱସ୍ତି ଲାଗିବାରୁ ବିରକ୍ତିରେ ଚୁଲି ଭାଙ୍ଗିଦେଲେ । ଜଣକୁ ଭଲ ଲାଗିଲାନାହିଁ ବୋଲି ଶ୍ରୀମନ୍ଦିର ରୋଷଶାଳାର ଚୁଲି ଭାଙ୍ଗି ଦେବା ଘଟଣା ସହଜରେ ଗ୍ରହଣ କରିହେଉନାହିଁ ।

ସଂପୃକ୍ତ ବ୍ୟକ୍ତିଙ୍କର ମାନସିକ ଅବସ୍ଥା ଠିକ୍ ନାହିଁକି ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ଏସ୍ପି କହିଛନ୍ତି ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଛି ଓ ଏସଂପର୍କିତ ବିଶେଷଜ୍ଞଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ୨ ତାରିଖ ରାତି ଗୋଟାଏ ୧୫ରେ ରୋଷଶାଳାରେ ଚୁଲି ଭଙ୍ଗାଯାଇଥିବା ଗାରଦରେ ଅଭିଯୋଗ କରିଥିଲେ ଧୋପଖାଳ ସେବାୟତ । ହେଲେ ଗୋଟାଏ ୨୫ରେ ଏହି ବ୍ୟକ୍ତିଙ୍କୁ ଜେଟିପି ସିଂହଦ୍ୱାରରେ ଛାଡି ଦେଇଥିବା ସିସିଟିଭିରୁ ଜଣାପଡ଼ିଛି ।

ଯାହା ଘଟଣାକୁ ଆହୁରି ସନେ୍ଦହ ଭିତରକୁ ଠେଲି ଦେଇଛି । ଚୁଲି ଭାଙ୍ଗି ମନ୍ଦିରରୁ ଯିବା ପରେ ବ୍ୟକ୍ତି ଜଣଙ୍କ ପୁରୀ ସମୁଦ୍ର କୂଳ ଯାଇଥିଲେ, ସେଠାରୁ ଟ୍ରେନ୍ ଯୋଗେ ଯାଇ ଜଟଣୀରେ ଷ୍ଟେସନ୍ରେ ଓହ୍ଲାଇଥିଲେ । ଏସ୍ପି କହିଛନ୍ତି, ଅଭିଯୁକ୍ତକୁ ଗିରଫ କରିବା ଏତେ ସହଜ ନଥିଲା । କାରଣ ସିସିଟିଭିରୁ ଅଭିଯୁକ୍ତର ଚେହେରା ସ୍ପଷ୍ଟ ହୋଇନଥିଲା ।

ଅଭିଯୁକ୍ତ ଜଣଙ୍କ କୌଣସି ଫୋନ୍ ବ୍ୟବହାର କରୁନଥିଲେ । ମିଳିଥିବା ସିସିଟିଭି ଫୁଟେଜ୍କୁ ବିଭିନ୍ନ ଥାନାକୁ ପଠାଯାଇଥିଲା । ଏପରିକି ଛକ ବଜାରରେ ମୋବାଇଲରେ ଫଟୋ ଦେଖାଇ ପରିଚୟ ପାଇବାକୁ ପୋଲିସ ଚେଷ୍ଟା କରିଥିଲା । ପୁରୀ ଷ୍ଟେସନରେ ଜଣେ ବ୍ୟକ୍ତି ଚିହ୍ନଟ କରିବା ପରେ ନିକଟବର୍ତୀ ଷ୍ଟେସନ ଗୁଡ଼ିକୁ ଖବର ଦିଆଯାଇଥିଲା । ଶେଷରେ ଖୋର୍ଦ୍ଧା ଅଂଚଳରୁ ତାଙ୍କୁ ଗିରଫ କରାଯାଇ ପୁରୀ ଅଣାଯାଇଛି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ପୁରୀ ଏସ୍ପି ।