୨୦୨୪ ରେ ମୋଦି ନା କେଜ୍ରିୱାଲ ? କ’ଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0
164
୨୦୨୪ ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ //
ନୂଆଦିଲ୍ଲୀ, (୦୭/୦୪) : ୨୦୨୪ ରେ ମୋଦି ନା କେଜ୍ରିୱାଲ ? ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ) ଆଶା ଠାରୁ ଅଧିକ ସଫଳତା ପାଇଛି । ଆଗକୁ ଦଳ ର ଫୋକସରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ରହିଛି । ଆମେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଦଳ ର ସ୍ଥିତି ଜାହରି ପାଇଁ ଲକ୍ଷ୍ୟ ରଖିଛୁ । ଏନଡିଟିଭିକୁ ସାକ୍ଷାତକାର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି ।

୨୦୨୪ ରେ ମୋଦି ନା କେଜ୍ରିୱାଲ ? ସେ କହିଛନ୍ତି ଯେ, ଆମେ ପଞ୍ଜାବରେ ଆଶାଠାରୁ ଅଧିକ ହାସଲ କରିଛୁ । ଦିଲ୍ଲୀ ପରେ ଦ୍ୱତୀୟ ରାଜ୍ୟ ଭାବେ ଆପ ସରକାର ଗଠନ ପାରିଛି । ମୁଖ୍ୟତଃ ଆମର ପଞ୍ଜାବରେ ବିଜୟ ପଛରେ ଦୁଇଟି କାରଣ ରହିଛି । ପ୍ରଥମଟି ହେଉଛି ସେଠାରେ ଥିବା ରାଜନୈତିକ ଦଳର ଉପରେ ପ୍ରବଳ ଜନ ଅସନ୍ତୋଷ ଥିଲା । ଦ୍ୱତୀୟଟି ଆମ ଦିଲ୍ଲୀ ମଡେଲ ସେମାନଙ୍କୁ ଆକର୍ଷିତ କରିପାରିଛି ।

ଆମେ ହେଉଛୁ ସଚ୍ଚୋଟ ଲୋକ । ଆମେ ଦୁର୍ନୀତିକୁ ସହ୍ୟ ପାରୁନା । ଆମେ ମଧ୍ୟ ଦେଶପ୍ରେମୀ। ଆଗକୁ ଆପ ଗୋଟିଏ ରାଜନୈତିକ ଦଳ ହୋଇ ରହିବ ନାହିଁ । ଆପ ଗୋଟିଏ ବିଚାରଧାରା ହେବାକୁ ପ୍ରୟାସ କରୁଛି । ଆମେ ଦୁଇଟି ରାଜ୍ୟରେ ସରକାର ଗଠନ କରିଛୁ । ଏହାର ଶ୍ରେୟ ଆମେ ଜନତାଙ୍କୁ ଦେଉଛୁ । ସାଧାରଣ ଲୋକଙ୍କ ପାଇଁ କାମ କରିଥିବାରୁ ଆମକୁ ଲୋକେ ବିଶ୍ୱାସ କରିଛନ୍ତି । ଆମେ ଭଲ ସରକାର ଦେବାକୁ ସଂକଳ୍ପବଦ୍ଧ ବୋଲି କେଜ୍ରିୱାଲ କହିଛନ୍ତି ।

ଆମେ ପଞ୍ଜାବରେ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ଭଗବତ ମାନ ପୂରଣ କରିବେ । ସେ ଏକ ଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗକୁ ଅନେକ କିଛି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନରେ ଲଢ଼ିବା ପାଇଁ ଆମେ କୌଣସି ରାଜନୈତିକ ଦଳ ସହ ଯୋଡ଼ି ହେବାକୁ ମୁଁ ଭାବୁ ନାହିଁ। ଅନ୍ୟ ରାଜନୈତିକ ଦଳ ମାନେ ଲୋକଙ୍କ ପାଇଁ ସେମତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ।

ସେମାନଙ୍କ ଉପରେ ଲୋକେ ଏତେ ଅତିଷ୍ଟ ଅଛନ୍ତି ଯେ, ସେମାନେ ରାଜନୀତିକୁ ଘୃଣା କରିବା ଆରମ୍ଭ କରିଛନ୍ତି । ୨୦୨୪ ରେ ମୋଦିଙ୍କୁ ଟକ୍କର ଦେବା କିଛି ମିଶନ ଅଛିକି ପ୍ରଶ୍ନ ହେବାରୁ କେଜ୍ରିୱାଲ କହିଥିଲେ ଯେ, ମୋର ମିଶନ ବିଜେପିକୁ ପରାସ୍ତ କରିବା ନୁହଁ । ବରଂ ଭଲ କାମ କରିବାକୁ ଲକ୍ଷ୍ୟ ରହିଛି ବୋଲି କେଜ୍ରିୱାଲ କହିଛନ୍ତି ।